ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଉତ୍ତର ପ୍ରଦେଶ ସରକାରଙ୍କ ବିନା ଅନୁମତିରେ କୌଣସି ରାଜ୍ୟ ନେଇ ପାରିବ ନାହିଁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଗତ ଦୁଇ ମାସ ମଧ୍ୟରେ ଦେଶର କେତେକ ରାଜ୍ୟରୁ ଘରକୁ ଫେରିଥିବା ୨୩ ଲକ୍ଷରୁ ଊଦ୍ଧ୍ବର୍ ପ୍ରବାସୀ ଶ୍ରମିକଙ୍କୁ କର୍ମସଂସ୍ଥାନ ଏବଂ ସାମାଜିକ ନିରାପତ୍ତା ଯୋଗାଇ ଦେବାକୁ ଏକ ମାଇଗ୍ରେସନ୍ କମିସନ୍ ଗଠନ କରାଯିବ ବୋଲି ରବିବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ, ଏହି କମିସନ୍ ବୀମା ସମେତ ଫେରିଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବ। ଲକ୍‌ଡାଉନ୍ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବା ପରେ ଉତ୍ତର ପ୍ରଦେଶ ସରକାରଙ୍କ ବିନା ଅନୁମତିରେ କୌଣସି ରାଜ୍ୟ ଏହି ଶ୍ରମିକମାନଙ୍କୁ ଫେରାଇ ନେଇ ପାରିବ ନାହିଁ। ଏଥିପାଇଁ କମିସନ୍ ଏକ ବ୍ୟବସ୍ଥା କରିବ।

Image Courtesy of The Hindu

ମାଇଗ୍ରେସନ୍ କମିସନ୍ କାର୍ଯ୍ୟ ସଂକ୍ରାନ୍ତରେ ଆଦିତ୍ୟନାଥ କହିଲେ, କମିସନ୍ ପ୍ରବାସବାସୀ ଶ୍ରମିକଙ୍କ ଅଧିକାର ସମ୍ବଳିତ କେତେକ ବିଷୟ ଉପରେ ବି ଦୃଷ୍ଟି ଦେବ। ଏହାଛଡ଼ା ସାମାଜିକ-ଆର୍ଥିକ-ନ୍ୟାୟିକ ସହାୟତା ଦେଇ ସେମାନଙ୍କୁ ଶୋଷଣ ମୁକ୍ତ ରଖିବ।

କରୋନାଭାଇରସ୍ ଲକ୍‌ଡାଉନ୍ ସମୟରେ ଅନ୍ୟ ରାଜ୍ୟମାନେ ଏହି ଶ୍ରମିକମାନଙ୍କର ଉପଯୁକ୍ତ ତତ୍ତ୍ବ ନେଇ ନ ଥିବାରୁ ବିବ୍ରତ ହୋଇ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଲେ, ଏଇ ଶ୍ରମିକମାନେ ଆମର ସର୍ବବୃହତ୍ ସମ୍ବଳ ଏବଂ ଆମେ ଉତ୍ତର ପ୍ରଦେଶରେ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବୁ। ସେମାନେ ଆମ ଲୋକ… ଯଦି କେତେକ ରାଜ୍ୟ ସେମାନଙ୍କୁ ଫେରାଇ ନେବାକୁ ଚାହିଁବେ, ସେମାନେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବେ।

ସମ୍ବନ୍ଧିତ ଖବର