କୌଣସି ରାଜ୍ୟ ସରକାର କୃଷି ଆଇନକୁ ରୋକି ପାରିବେ ନାହିଁ: କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେଜ୍ରିୱାଲ୍‌ କହିଛନ୍ତି ଅମରିନ୍ଦର ଶସ୍ତା ରାଜନୀତି କରୁଛନ୍ତି। କୌଣସି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କୃଷି ଆ‌ଇନକୁ ରୋକି ପାରିବେ ନାହିଁ ବୋଲି ାସ କହିଛନ୍ତି। ସୂଚନାଯୋଗ୍ୟ, କେଜ୍ରିୱାଲ୍‌ ବିଜେପି ସହ ହାତ ମିଳାଇ କୃଷି ଆଇନକୁ ସମର୍ଥନ କରୁଛନ୍ତି ବୋଲି ଅମରିନ୍ଦର କହିଥିଲେ। କୃଷି ବିଲ୍‌ ପାରିତ ହେବାରେ କେଜ୍ରିୱାଲ୍‌ଙ୍କ ବଡ଼ ଭୂମିକା ରହିଥିଲା ବୋଲି ଅମରିନ୍ଦରଙ୍କ ମନ୍ତବ୍ୟକୁ କେଜ୍ରିୱାଲ୍‌ ତୀବ୍ର ବିରୋଧ କରିବା ସହ ଅମରିନ୍ଦର ଶସ୍ତା ରାଜନୀତି କରୁଛନ୍ତି ବୋଲି କହିଛନ୍ତି। କୃଷି ଆଇନ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି। ଏଥିରେ ଦିଲ୍ଲୀ ସରକାରଙ୍କ ଭୂମିକା କ’ଣ ବୋଲି କେଜ୍ରିୱାଲ୍‌ ପ୍ରଶ୍ନ କରିଛନ୍ତି। କେଜ୍ରିୱାଲ୍‌ କହିଛନ୍ତି, କ୍ୟାପ୍‌ଟେନ ସାହେବଙ୍କ କ୍ରୋଧର କାରଣ ଭିନ୍ନ। ଆମ ସରକାର ଦିଲ୍ଲୀର ପ୍ରମୁଖ ୯ ଷ୍ଟାଡିୟମକୁ ଚାଷୀ ଆନ୍ଦୋଳନ ପାଇଁ ଅନୁମତି ନ ଦେବାରୁ ସେ ରାଗିଯାଇଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।

ସମ୍ବନ୍ଧିତ ଖବର