ତିରୁଅନନ୍ତପୁରମ୍ : ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ କେରଳ ବିଧାନସଭାରେ ସଂକଳ୍ପ ଗୃହୀତ ହେବାପରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ନାଗରିକତା କ୍ଷେତ୍ରରେ କୌଣସି ଆଇନ ଗୃହୀତ କରିବାର ଅଧିକାର କେବଳ ସଂସଦର ରହିଛି। ନାଗକରିତା ଆଇନ କ୍ଷେତ୍ରରେ କେରଳ ବିଧାନସଭା ସମେତ କୌଣସି ବି ରାଜ୍ୟ ବିଧାନସଭାର କିଛି କ୍ଷମତା ନାହିଁ ବୋଲି ସେ କହିଛନ୍ତି। ରବିଶଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସିଏଏ ଭାରତୀୟ ନାଗରିକଙ୍କ ସହ ଜଡ଼ିତ ନୁହେଁ କି ଏହା କାହାର ନାଗରିକତାକୁ ଛଡ଼ାଇ ନେବନି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମଧ୍ୟ ଉଗାଣ୍ଡା ସଂଖ୍ୟାଲଘୁ ଏବଂ ଶ୍ରୀଲଙ୍କା ତାମିଲମାନଙ୍କୁ ନାଗରିକତା ଦେଇଥିଲେ । ଯଦି କଂଗ୍ରେସ ଦ୍ବାରା ପୂର୍ବରୁ ଏହି କାର୍ଯ୍ୟ ଠିକ୍ ଥିଲା ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସେହି କାମ କଲେ କାହିଁକି ସମସ୍ୟା ସୃଷ୍ଟି ହେଉଛି ରବିଶଙ୍କର କହିଛନ୍ତି।
ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର କରିବା କ୍ଷମତା ବିଧାନସଭାର ନାହିଁ: ରବିଶଙ୍କର
/sambad/media/post_attachments/wp-content/uploads/2020/01/ravi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)