ହାଇଦ୍ରାବାଦ : ତେଲେଙ୍ଗାନାର ନାଗରକୁର୍ଣ୍ଣୁଲରେ ନିର୍ମାଣାଧୀନ ଏସଏଲବିସି ଟନେଲରେ ଫସି ରହିଥିବା ୮ ଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ମାତ୍ର ଦୁଃଖର ବିଷୟ ହେଉଛି ୧୬ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସଫଳତା ମିଳିନାହିଁ। ରବିବାର ଉଦ୍ଧାରକାରୀ ଦଳ ସୁଡ଼ଙ୍ଗ ଭିତରୁ ଏକ ମୃତଦେହ ପାଇଥିଲେ। ମେସିନ ଭିତରେ ଫସି ରହିଛି ମୃତଦେହ । ମୃତଦେହ ବାହାର କରିବା ପାଇଁ ମେସିନ୍ କାଟି ଦିଆଯାଉଛି। ସନ୍ଧାନୀ କୁକୁର ପରେ ଏବେ ଏହି ଉଦ୍ଧାର କାର୍ଯ୍ୟରେ ରୋବୋଟ୍ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସେହି ଶ୍ରମିକମାନଙ୍କୁ (ଜୀବିତ କିମ୍ବା ମୃତ) ବାହାର କରିବା ପାଇଁ ସରକାର ରୋବୋଟ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଫେବ୍ରୁଆରି ୨୨ ତାରିଖରେ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ୮ ଜଣ ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି। ମୃତଦେହ ଖୋଜିବା ପାଇଁ କେରଳ ପୋଲିସ ମଧ୍ୟ ସ୍ୱତନ୍ତ୍ର ପ୍ରଶିକ୍ଷିତ ମୃତଦେହ କୁ ନିୟୋଜିତ କରିଛି । ନିଖୋଜ ବ୍ୟକ୍ତି ଓ ମୃତଦେହକୁ ଠାବ କରିବା ପାଇଁ ଏହି କାଡେଭର କୁକୁରମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି।