ଭାରତୀୟ ସେନା ପାଖରେ ଆବଶ୍ୟକ ପରିମାଣର ବୁଲେଟପ୍ରୁଫ ଜ୍ୟାକେଟ ନାହିଁ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ:   ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ପାଇଁ ଷ୍ଟିଲ ବୁଲେଟର ବ୍ୟବହାର କରୁଛନ୍ତି । ତେବେ ଏହି ବୁଲେଟକୁ ମୁକାବିଲା କରିବା ପାଇଁ   ଭାରତୀୟ ସେନା ପାଖରେ ଆବଶ୍ୟକ ପରିମାଣର ବୁଲେଟପ୍ରୁଫ ଜ୍ୟାକେଟ ନାହିଁ । ଏକଥାକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ରାଜନାଥ ରାଜ୍ୟସଭାରେ କହିଛନ୍ତି ଯେ ୨୦୧୯ ମସିହାରେ ୩୫୩୭୬୫ ଜ୍ୟାକେଟର ଆବଶ୍ୟକତା ଥିଲା । ଏଥିମଧ୍ୟରୁ ୧ଲକ୍ଷ ୮୬ ହଜାର ଜ୍ୟାକେଟ ନିର୍ମାଣର ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ସୁଦ୍ଧା ୧୦ ହଜାର ଜ୍ୟାକେଟ ଆସିଯାଇଛି । ଅକ୍ଟୋବର ସୁଦ୍ଧା ଆଉ ୩୭ ହଜାର ବୁଲେଟ ପ୍ରୁଫ ଜ୍ୟାକେଟ ଆସିଯିବ । ସେହିପରି ଆସନ୍ତାବର୍ଷ ଏପ୍ରିଲ ସୁଦ୍ଧା ଆଉ ୧ ଲକ୍ଷ ୮୬ ହଜାର ଜ୍ୟାକେଟ ମିଳିଯିବ ବୋଲି ରାଜନାଥ କହିଛନ୍ତି ।

photo-india today

ନୂଆ ବୁଲେଟପ୍ରୁଫ ଜ୍ୟାକେଟ କିଣିବା ପାଇଁ ଗତ ବର୍ଷ ଏପ୍ରିଲରେ ଅର୍ଡର ଦିଆଯାଇଥିଲା । କିନ୍ତୁ ଏ ଯାଏଁ ସେନାକୁ ୧୦ ହଜାର ବୁଲେଟପ୍ରୁଫ ଜ୍ୟାକେଟ ହିଁ ମିଳିପାରିଛି । ତେବେ ସେନାକୁ ତିନି ଲକ୍ଷ ବୁଲେଟପ୍ରୁଫ ଜ୍ୟାକେଟର ଆବଶ୍ୟକତା ରହିଛି । ଗତମାସ ଅନନ୍ତନାଗରରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଷ୍ଟିଲ ବୁଲେଟ ମାଧ୍ୟମରେ ଆକ୍ରମଣ କରିଥିଲେ । ଯାଞ୍ଚ ସମୟରେ ଜଣାପଡିଥିଲା ଯେ ଷ୍ଟିଲ ବୁଲେଟ କିଛି ଯବାନଙ୍କର ବୁଲେଟପ୍ରୁଫ ଜ୍ୟାକେଟକୁ ମଧ୍ୟ ଭେଦ କରିଦେଇଥିଲା । ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ ଅନେକ ବଡ ଆତଙ୍କବାଦୀରେ ଆକ୍ରମଣରେ ଷ୍ଟିଲ ବୁଲେଟର ବ୍ୟବହାର କରୁଛି ।

ସମ୍ବନ୍ଧିତ ଖବର