‘ମୋ ପାଇଁ ରବିବାର ବୋଲି କିଛି ନାହିଁ। ଖୁସିରେ କାମ କରିବା ପାଇଁ ଏହା ଗୋଟିଏ ଦିନ’: ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ‘ମୋ ପାଇଁ ରବିବାର ବୋଲି କିଛି ନାହିଁ। ଖୁସିରେ କାମ କରିବା ପାଇଁ ଏହା ଗୋଟିଏ ଦିନ’ ବୋଲି କହିଛନ୍ତି ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।


ଗୀତା ଶର୍ମା ନାମ୍ନୀ ଜନୈକା ଟୁଇଟର ବ୍ୟବହାରକରୀ ‘ହାପି ସନ୍‌ଡେ’ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ କରିଥିବା ଏକ ଟୁଇଟ୍‌ର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜ ତାଙ୍କୁ ଟୁଇଟ୍‌ କରି କହିଛନ୍ତି, ‘ଗୀତା! ମୋ ପାଇଁ ରବିବାର ବୋଲି କିଛି ନାହିଁ। ମୋ ପାଇଁ ଖୁସିରେ କାମ କରିବାକୁ ଏହା ଗୋଟିଏ ଦିନ’। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଏହି ଟୁଇଟ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି ଅନ୍ୟ ଟୁଇଟର ବ୍ୟବହାରକାରୀ। ଜଣେ ଟୁଇଟର ବ୍ୟବହାରକାରୀ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜଙ୍କ ଏ ଟୁଇଟ୍‌ ଉପରେ ଟୁଇଟ୍‌ କରି କହିଛନ୍ତି, ‘ମ୍ୟାଡାମ୍‌! ଆପଣଙ୍କର କାମ କରିବାର ନିଷ୍ଠା ମୋତେ ଆପଣଙ୍କର ଏକ ବଡ଼ ପ୍ରଶଂସକ୍‌ ବନାଇଛି।’ ଅନ୍ୟ ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି,‘ଆମେ ଆପଣଙ୍କ ପରି ଆଉ ଅଧିକ ମନ୍ତ୍ରୀ ଚାହୁଁ। ଆପଣଙ୍କ ପାଇଁ ଆମେ ଗର୍ବିତ।’

ସମ୍ବନ୍ଧିତ ଖବର