ଲାଞ୍ଚ ଅଭିଯୋଗ ଶୁଣି ମୁଁ ଦୁଃଖିତ, କିନ୍ତୁ ଆଶ୍ଚର୍ଯ୍ୟାନ୍ଵିତ ନୁହେଁ : ପାଇଲଟ 

ନୂଆଦିଲ୍ଲୀ : ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବିଦ୍ରୋହୀ ନେତା ସଚ୍ଚିନ ପାଇଲଟଙ୍କ ବିରୁଦ୍ଧରେ ପ୍ରାୟ ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରକାରର ଅଭିଯୋଗ ଲଗାଉଛନ୍ତି କଂଗ୍ରେସ ନେତା । ଆଜି ଜଣେ ବିଧାୟକ ଅଭିଯୋଗ କରିଥିଲେ ଯେ ବିଜେପିରେ ମିଶିବା ପାଇଁ ସଚ୍ଚିନ ତାଙ୍କୁ ୩୫ କୋଟି ଟଙ୍କା ଯାଚିଥିଲେ । ଏହି ଅଭିଯୋଗକୁ ସଚ୍ଚିନ ଖଣ୍ଡନ କରିବା ସହ ଏହା ତାଙ୍କୁ ଦୁଃଖ ଦେଇଛି କିନ୍ତୁ ଆଶ୍ଚର୍ଯ୍ୟ କରିନି ବୋଲି କହିଛନ୍ତି । ସଂପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ସେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପାଇଲଟ କହିଛନ୍ତି ।

ଆଜି କଂଗ୍ରେସ ବିଧାୟକ ଗିରିରାଜ ସିଂ ମାଲିଙ୍ଗା ଅଭିଯୋଗ କରିଥିଲେ ଯେ ବିଜେପିରେ ମିଶିବା ପାଇଁ ତାଙ୍କୁ ନିଜେ ସଚ୍ଚିନ ପାଇଲଟ ୩୫ କୋଟି ଟଙ୍କା ଯାଚିଥିଲେ । ପାଇଲଟଙ୍କ ଘରେ ଅନୁଷ୍ଠିତ ଏକ ବୈଠକ ବେଳେ ସେ ଏହି ଅର୍ଥ ଯାଚିଥିଲେ । କିନ୍ତୁ ଏହା ଶୁଣିବା ପରେ ସେ ତୁରନ୍ତ ପ୍ରତ୍ୟାଖାନ କରିବା ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଏ ସଂପର୍କରେ ଜଣାଇଥିଲେ ।

ସଚିନ ପାଇଲଟଙ୍କୁ ଗତ ସପ୍ତାହରେ କଂଗ୍ରେସ ହାଇକମାଣ୍ଡ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଇଦେଇଥିଲେ ।

ସମ୍ବନ୍ଧିତ ଖବର