କୋଚି: ‘ସ୍ବିଗି’ କିଂବା ‘ଜୋମାଟୋ’ ନୁହେଁ, ପିଲାମାନଙ୍କୁ ସେମାନଙ୍କ ମାଆ ରାନ୍ଧିଥିବା ଖାଦ୍ୟ ଖୁଆନ୍ତୁ ବୋଲି ମଙ୍ଗଳବାର ଦିନ ‘ପର୍ଣ୍ଣଗ୍ରାଫି ଦେଖିବା’ ସଂକ୍ରାନ୍ତ ମାମଲାର ରାୟ ଶୁଣାଇବା ବେଳେ କେରଳ ହାଇକୋର୍ଟ କହିଥିବା କଥା ‘ଲାଇଭ୍‌ ଲ’ ରିପୋର୍ଟ କରିଛି।

Advertisment

ସୂଚନାଯୋଗ୍ୟ, ରାସ୍ତାକଡ଼ରେ ଠିଆ ହୋଇ ମ‌ୋବାଇଲ୍‌ ଫୋନ୍‌ରେ ‘ପର୍ଣ୍ଣଗ୍ରାଫି’ (ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ସିନେମା) ଦେଖୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ତାଙ୍କ ନାଁରେ ମାମଲା ରୁଜୁ କରିଥିଲା। କିନ୍ତୁ, ଅନ୍ୟମାନଙ୍କୁ ଦେଖା ନ ଯିବା ପରି ନିରୋଳା ସ୍ଥାନରେ ଏକାନ୍ତରେ ‘ପର୍ଣ୍ଣଗ୍ରାଫି’ ଦେଖିବା ଅପରାଧ ନୁହେଁ କହି ହାଇକୋର୍ଟ ଉକ୍ତ ମାମଲା ଖାରଜ କରିଦେଇଛନ୍ତି।

Watching porn privately is not an offence, says Kerala HC

ଏହି ପରିପ୍ରେକ୍ଷୀରେ ବିଚାରପତି ପି. ଭି. କୁହ୍ନିକୃଷ୍ଣନ୍‌ ଅଭିଭାବକମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ସେମାନେ ପିଲାମାନଙ୍କୁ ବାହାରକୁ ଯାଇ ଖେଳିବାକୁ ପ୍ରବର୍ତ୍ତାନ୍ତୁ। ଖେଳରୁ ଫେରିଲେ ମୋବାଇଲ୍‌ ‘ଆପ୍’ ‘ସ୍ବିଗି’ ଓ ‘ଜୋମାଟୋ’ ଜରିଆରେ ଖାଦ୍ୟ ବରାଦ ନ ଦେଇ ସେମାନଙ୍କୁ ମାଆମାନେ ରାନ୍ଧୁଥିବା ସୁଆଦିଆ ଭୋଜନ ଖୁଆନ୍ତୁ।

ହାଇକୋର୍ଟ କହିଛନ୍ତି, ‘ସ୍ବିଗି’ ଓ ‘ଜୋମାଟୋ’ ଜରିଆରେ ରେସ୍ତୋରାଁମାନଙ୍କରୁ ଖାଦ୍ୟ କିଣିବା ପରିବର୍ତ୍ତେ ପିଲାମାନଙ୍କୁ ମାଆମାନେ ପ୍ରସ୍ତୁତ କରିଥିବା ସୁଆଦିଆ ଭୋଜନ ଖୁଆନ୍ତୁ। ମାଆମାନେ ରାନ୍ଧୁଥିବା ବ‌େଳେ ପିଲାମାନଙ୍କୁ ଖେଳିବା ପାଇଁ ଖେଳପଡ଼ିଆକୁ ଛାଡ଼ନ୍ତୁ। ଖେଳରୁ ଫେରି ସେମାନେ ମାଆଙ୍କ ଖାଦ୍ୟର ବାସ୍ନାରେ ବିମୋହିତ ହୋଇଯାଆନ୍ତୁ।

ଏହାଛଡ଼ା, ବିନା ତତ୍ତ୍ବାବଧାନରେ ନାବାଳକ ପିଲାମାନଙ୍କୁ ମୋବାଇଲ୍‌ ଫୋନ୍‌ ‌ଦେବାର ଅପକାର ବିଷୟରେ ବିଚାରପତି ଅଭିଭାବକମାନଙ୍କୁ ସାବଧାନ କରାଇଛନ୍ତି। କାରଣ, ଇଣ୍ଟର୍‌ନେଟ୍‌ ଥିବାରୁ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ସେମାନେ ପର୍ଣ୍ଣଗ୍ରାଫି ସମେତ କିଛି ନିଷିଦ୍ଧ ଜିନିଷ ଦେଖିବାର ଆଶଙ୍କା ରହିଛି।