ନୂଆଦିଲ୍ଲୀ : ଲୋକସଭାରେ ଆଜି ଅପରେସନ ସିନ୍ଦୂର ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ସମୟରେ ବିରୋଧୀ ସାଂସଦମାନେ ସରକାରଙ୍କୁ ଟାର୍ଗେଟ କରିବା ସହ ଆମେରିକା ଚାପରେ ଯୁଦ୍ଧବିରତି କରିଥିବା ଆରୋପ ଲଗାଇଥିଲେ । ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ଏହି ଦାବିର ଜବାବ ଦେଇଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର।
ଜୟଶଙ୍କର କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କୌଣସି ଭୂମିକା ନାହିଁ। ଏପରିକି ଏପ୍ରିଲ ୨୨ ରୁ ଜୁନ ୧୭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନଥିଲା।

ଜୟଶଙ୍କର ଲୋକସଭାରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଏପ୍ରିଲ ୨୨ରୁ ଜୁନ ୧୭ ମଧ୍ୟରେ କୌଣସି ସିଧାସଳଖ କଥାବାର୍ତ୍ତା ହୋଇନଥିଲା। ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲେ ଏବଂ ଜୁନ ୧୭ ରେ ଉଭୟ ମୋଦୀଙ୍କ କାନାଡା ଗସ୍ତ ସମୟରେ ଫୋନରେ କଥା ହୋଇଥିଲେ।“