ଓ୍ବାସିଂଟନ : ଔଷଧ ଉପରେ ଟାରିଫ (ଶୁଳ୍କ) ଲଗାଯିବାକୁ ନେଇ ଟ୍ରମ୍ପ ପ୍ରଶାସନ ନିଜ ଆଭିମୁଖ୍ୟ କିଛିଟା ନରମ କରିଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜେନେରିକ୍ ଔଷଧ ଉପରେ ଟାରିଫ ଲଗାଯିବ ନାହିଁ । ଏହା ଭାରତ ପାଇଁ ଆଶ୍ବସ୍ତି ଆଣିଦେଇଛି, କାରଣ ଭାରତ ଆମେରିକାକୁ ମୁଖ୍ୟତଃ ଜେନେରିକ ଔଷଧ ରପ୍ତାନି କରିଥାଏ ।
ଦି ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ପ୍ୟାଟେଣ୍ଟେଡ୍ ଓ ବ୍ରାଣ୍ଡେଡ୍ ଔଷଧ ପରି ଜେନେରିକ ଔଷଧ ଉପରେ ବି ଟାରିଫ ଲଗାଇବାକୁ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । କିନ୍ତୁ ଏହାକୁ ସୀମିତ ରଖିବାକୁ ଆମେରିକାର ବାଣିଜ୍ୟ ବିଭାଗ ସୁପାରିଶ କରିଥିଲା । କାରଣ ଜେନେରିକ ଔଷଧ ଉପରେ ଟାରିଫ ଲଗାଗଲେ ତାହା ଆମେରିକାରେ ଔଷଧ ଓ ସ୍ବାସ୍ଥ୍ୟସେବାକୁ ମହଙ୍ଗା କରିବାର ଆଶଙ୍କା ଥିଲା ।
ଗତ ମାସରେ ଟ୍ରମ୍ପ ପ୍ରଶାସନ ଘୋଷଣା କରିଥିଲା ଯେ ପ୍ୟାଟେଣ୍ଟ ହୋଇଥିବା ଓ ବ୍ରାଣ୍ଡେଡ୍ ଔଷଧ ଉପରେ ଟାରିଫ ଲଗାଯିବ । ଦି ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ପ୍ୟାଟେଣ୍ଟେଡ୍ ଓ ବ୍ରାଣ୍ଡେଡ୍ ଔଷଧ ପରି ଜେନେରିକ ଔଷଧ ଉପରେ ବି ଟାରିଫ ଲଗାଇବାକୁ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । କିନ୍ତୁ ଏହାକୁ ସୀମିତ ରଖିବାକୁ ଆମେରିକାର ବାଣିଜ୍ୟ ବିଭାଗ ସୁପାରିଶ କରିଥିଲା । କାରଣ ଜେନେରିକ ଔଷଧ ଉପରେ ଟାରିଫ ଲଗାଗଲେ ତାହା ଆମେରିକାରେ ଔଷଧ ଓ ସ୍ବାସ୍ଥ୍ୟସେବାକୁ ମହଙ୍ଗା କରିବାର ଆଶଙ୍କା ଥିଲା । ଏପରି ହେଲେ ଆମେରିକା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାର ଆଶଙ୍କା ଥିଲା । ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ ଏପରି ନିଷ୍ପତ୍ତିରୁ ଓହରିଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ।
ତଥ୍ୟ ଅନୁସାରେ ଆମେରିକା ଆମଦାନୀ କରୁଥିବା ପ୍ରାୟ ୪୭% ଜେନେରିକ ଔଷଧ ଭାରତରୁ ଯାଇଥାଏ । ଏହା ଉପରେ ଟାରିଫ ଲାଗିଥିଲେ ଭାରତୀୟ ଫାର୍ମାସୁଟିକାଲ୍ସ ବିଶେଷଭାବେ କମ୍ପାନି ପ୍ରଭାବିତ ହୋଇଥାନ୍ତେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/09/untitled-19-2025-10-09-16-27-42.jpg)