ପତ୍ରମାଧ୍ୟମ ପାଠ୍ୟକ୍ରମରେ ବୈଷୟିକ ଶିକ୍ଷା ଦିଆ ଯାଇ ପାରିବ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପତ୍ରମାଧ୍ୟମ ପାଠ୍ୟକ୍ରମରେ ବୈଷୟିକ ଶିକ୍ଷା ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି ଶୁକ୍ରବାର ଦିନ ଉଚ୍ଚତମ ନ୍ୟାୟଳୟ ରାୟ ଶୁଣାଇ ଦୂରନ୍ତ ଶିକ୍ଷା ପ୍ରଣାଳୀରେ ଇଞ୍ଜିନିୟରିଙ୍ଗ୍‌ ଭଳି ବିଷୟ ପାଠ୍ୟକ୍ରମ ଯୋଗାଇ ଦେବାରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିବୃତ କରାଇଛନ୍ତି।

ଦୂରନ୍ତ ଶିକ୍ଷା ବିରୋଧରେ ଏକ ରାୟ ଶୁଣାଇ ଶୀର୍ଷ ଅଦାଲତ ଏହି ମାମଲାରେ ପଞ୍ଜାବ ଏବଂ ହରିୟାନା ହାଇକୋର୍ଟଙ୍କ ତଦନ୍ତଫଳକୁ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି। ଏପରି କରିବା ଦ୍ୱାରା ପତ୍ରମାଧ୍ୟମ ବୈଷୟିକ ଶିକ୍ଷାକୁ ଅନୁମୋଦନ କରିଥିବା ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟ ଆଡ଼େଇ ଦେଇଛନ୍ତି।

ଦୁଇ ବର୍ଷ ତଳେ ପଞ୍ଜାବ ଓ ହରିୟାନା ହାଇକୋର୍ଟ ରାୟ ଦେଇଥିଲେ ଯେ ନିୟମିତ ଶ୍ରେଣୀକୁ ଯାଇ ‘କମ୍ପ୍ୟୁଟର୍‌ ସାଇନ୍‌ସ୍‌’ରେ ହାସଲ କରାଯାଇଥିବା ଡିଗ୍ରି ସହ ଦୂରନ୍ତ ଶିକ୍ଷା ପ୍ରଣାଳୀରେ ହାସଲ ହୋଇଥିବା ଡିଗ୍ରିକୁ ତୁଳନା କରାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର