ବିଜୟଓ୍ଵାଡ଼ା: ଇଂରାଜୀ ମାଧ୍ୟମରେ ଶିକ୍ଷା ଦିଆଯିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ଆସନ୍ତା ଶିକ୍ଷାବର୍ଷ ଠାରୁ ଆନ୍ଧ୍ରପ୍ରଦେଶରେ ଆଉ ତେଲୁଗୁ ଓ ଉର୍ଦ୍ଦୁ ମାଧ୍ୟମ ସରକାରୀ ବିଦ୍ୟାଳୟ ରହିବ ନାହିଁ। ଏ ସଂକ୍ରାନ୍ତରେ ମଙ୍ଗଳବାର ଦିନ ଆଦେଶ ଜାରି କରଯାଇଛି।
ସମସ୍ତ ତେଲୁଗୁ ଓ ଉର୍ଦ୍ଦୁ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପରିଣତ କରାଯିବ। ସରକାରୀ ସ୍କୁଲ୍ଗୁଡ଼ିକୁ ଟାଣୁଆ କରିବାକୁ ଇଂରାଜୀ ମାଧ୍ୟମକୁ ବାଧ୍ୟତାମୂଳକ କରିବାକୁ ଏକ ବିଶେଷଜ୍ଞ କମିଟି ଦେଇଥିବା ରିପୋର୍ଟ ଆଧାରରେ ଏ ଭଳି ନିଷ୍ପତ୍ତି ନିଆଯାଇଛି।
/sambad/media/post_attachments/wp-content/uploads/2019/11/en-300x169.jpg)
କମିସନର୍ ଅଫ୍ ସ୍କୁଲ୍ ଏଡୁକେସନ୍ଙ୍କ ଅନୁମତିକ୍ରମେ ମଙ୍ଗଳବାର ଦିନ ସ୍କୁଲ୍ ଶିକ୍ଷା ବିଭାଗ ଆଦେଶନାମା ଜାରି କରି ସମସ୍ତ ସରକାରୀ, ଏମ୍ପିପି ଏବଂ ଜିଲ୍ଲା ପରିଷଦ୍ ସ୍କୁଲ୍ଗୁଡ଼ିକର ସବୁ କ୍ଲାସ୍ଗୁଡ଼ିକୁ ଇଂରାଜୀ ମାଧ୍ୟମରେ ପରିଣତ କରାଯିବ ବୋଲି କହିଛି। ୨୦୨୦-୨୧ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀଯାଏଁ ଏବଂ ୨୦୨୧-୨୨ରୁ ୯ମ ଓ ୧୦ମ ଶ୍ରେଣୀ ଇଂରାଜୀ ମାଧ୍ୟମ କରାଯିବ।
ବିଶେଷଜ୍ଞମାନଙ୍କ ଗାଇଡ୍ଲାଇନ୍ ଆଧାରରେ ରାଜ୍ୟ ସରକାର ଶିକ୍ଷକମାନଙ୍କ ତାଲିମ ଉପରେ ଧ୍ୟାନ ଦେବେ।