ମୁମ୍ବାଇ: ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ ୧୪,୨୦୨୦ରେ ଏହି ଦୁନିଆରୁ ବିଦାୟ ନେଇ ଯାଇଛନ୍ତି। ଆଉ ଏହି ଘଟଣାକୁ ପାଖାପାଖି ଅଢେଇ ବର୍ଷ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଥିବା ତାଙ୍କ ଫ୍ଲାଟ ଖାଲି ପଡିଛି। କୌଣସି ଭଡାଟିଆ ସେହି ଫ୍ଲାଟ ନେବାକୁ ରାଜି ହେଉନାହାନ୍ତି | ଏହି ଫ୍ଲାଟର ବ୍ରୋକର କୁହନ୍ତି ଯେ ଯେତେବେଳେ ଲୋକମାନେ ଜାଣୁଛନ୍ତି ଯେ ଏହି ଫ୍ଲାଟ ସୁଶାନ୍ତ ସିଂ ରାଜପୁତଙ୍କର ସେତେବେଳେ ସେମାନେ କିଛି ନ କହି ଚାଲିଯାଆନ୍ତି କିମ୍ବା ଭୟ ଯୋଗୁଁ ଘର ଭିତରକୁ ଆସନ୍ତି ନାହିଁ | ନିକଟରେ ଗଣମାଧ୍ୟମ ସହିତ ବାର୍ତ୍ତାଳାପ ସମୟରେ ବ୍ରୋକର କହିଛନ୍ତି ଯେ ଫ୍ଲାଟଟି ଭଲ ସ୍ଥାନରେ ଥିବା ସତ୍ତ୍ୱେ ଲୋକମାନେ ଏହାକୁ ନେବାକୁ ପସନ୍ଦ କରୁନାହାନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ଦଲାଲ(ବ୍ରୋକର) ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଏହି ଫ୍ଲାଟର ମାସିକ ଭଡା ୫ ଲକ୍ଷ ଟଙ୍କା ହୋଇଥିବାବେଳେ ଦଲାଲ କହିଛନ୍ତି ଯେ ଏହି ଫ୍ଲାଟକୁ କେହି ନେବାକୁ ଚାହାଁନ୍ତି ନାହିଁ। ଯେତେବେଳେ ବି କେହି ଭଡାରେ ନେବାକୁ ରାଜି ହୋଇଥାଆନ୍ତି, କିନ୍ତୁ ଫ୍ଲାଟର ଇତିହାସ ଜାଣିବା ପରେ ମନା କରନ୍ତି | ଦଲାଲ କହିଛନ୍ତି ଯେ ଫ୍ଲାଟର ମାଲିକ ଏହି ଫ୍ଲାଟର ଉଲୟ ହ୍ରାସ କରିବାକୁ ଚାହୁଁନାହାଁନ୍ତି କାରଣ ଯଦି ସେ ଏହା କରନ୍ତି ତେବେ ଫ୍ଲାଟ ଶୀଘ୍ର ବିକ୍ରି ହେବ। ସୂଚନା ଅନୁଯାୟୀ, ଏହି ଫ୍ଲାଟର ମାଲିକ କୌଣସି ଚଳଚ୍ଚିତ୍ର ତାରକାଙ୍କୁ ଏହି ଫ୍ଲାଟ ଦେବାକୁ ଚାହୁଁନାହାଁନ୍ତି। ଖବର ଅନୁଯାୟୀ, ଏହି ଫ୍ଲାଟର ମାଲିକ ଜଣେ ଏନଆରଆଇ ଏବଂ ବର୍ତ୍ତମାନ ସେ ଏହି ଫ୍ଲାଟକୁ କୌଣସି ଫିଲ୍ମ ଷ୍ଟାରଙ୍କୁ ଭଡା ଦେବାକୁ ଚାହୁଁନାହାଁନ୍ତି। ସୂଚନା ଥାଉ କି ଯେ ୧୪ ଜୁନ୍ ୨୦୨୦ରେ ସୁଶାନ୍ତ ସିଂ ରାଜପୁତ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର ସତ୍ୟତା କେହି ଜାଣି ନାହାଁନ୍ତି। ଏପରିକି ଅନେକ ଲୋକ ତାଙ୍କ ମୃତ୍ୟୁ ପଛରେ ବଲିଉଡ ଜଗତର ହାତ ଅଛି ବୋଲି କହିଥିଲେ।