ଅମରାବତୀ: ବିଗତ ନିର୍ବାଚନଗୁଡ଼ିକରେ ଏକାଦିକ୍ରମେ ୩ ଥର ନିର୍ବାଚନ ହାରିଥିବା ପ୍ରାର୍ଥୀମାନଙ୍କୁ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଟିକେଟ୍ ନ ଦେବା ପାଇଁ ଦଳ ସ୍ଥିର କରିଥିବା କଥା ‘ତେଲୁଗୁ ଦେଶସମ୍ ପାର୍ଟି’ର (ଟିଡିପି) ଜାତୀୟ ସାଧାରଣ ସଚିବ ନର ଲୋକେଶ କହିଛନ୍ତି।
ଲୋକେଶ ମଧ୍ୟ କହିଛନ୍ତି, ଦଳୀୟ ପଦବୀ ଆବଣ୍ଟନ ବେଳେ ‘୨+୧ ଉପାୟ’ ଅନୁସରଣ କରାଯିବ। ଏକାଦିକ୍ରମେ ଦୁଇ ବର୍ଷ ଧରି କୌଣସି ଦଳୀୟ ପଦବୀରେ ଥିବା ବ୍ୟକ୍ତିଙ୍କୁ ଉପରସ୍ତରୀୟ କିଂବା ତଳସ୍ତରୀୟ ପଦବୀ ଦିଆଯିବ ଅଥବା କୌଣସି ପଦବୀ ଦିଆଯିବ ନାହିଁ। କିନ୍ତୁ, ଏକା ପଦବୀରେ ସେ ତୃତୀୟ ବର୍ଷ ରହି ପାରିବେ ନାହିଁ। ଏହା ମୋ କ୍ଷେତ୍ରରେ ବି ପ୍ରଯୁଜ୍ୟ।
Image Courtesy of The New Indian Expressଉଲ୍ଲେଖଯୋଗ୍ୟ, ୨୦୧୯ରେ ପ୍ରଥମ ଥର ପାଇଁ ନିର୍ବାଚନରେ ଲୋକେଶ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ, ଏହି ନିର୍ବାଚନରେ ସେ ପରାଜିତ ହୋଇଥିଲେ।
ନର ଲୋକେଶ ମଧ୍ୟ ସୂଚନା ଦେଇଛନ୍ତି ଯେ, ‘ଟିଡିପି’ ଯୁବ ସମ୍ପ୍ରଦାୟଙ୍କୁ ୪୦% ଟିକିଟ୍ ଦେବ। ଦଳର ନେତୃତ୍ବ ଯଦି ଆଦେଶ ଦିଏ ତେବେ, ସେ କୌଣସି ପଦଯାତ୍ରା କିଂବା ଆନ୍ଦୋଳନର ନେତୃତ୍ବ ନେବାକୁ ପ୍ରସ୍ତୁତ। ନିର୍ବାଚନ ସମୟରେ ମେଣ୍ଟ ସଂକ୍ରାନ୍ତରେ ବିତର୍କ କରାଯାଇ ଯାହା କିଛି ସ୍ଥିର କରାଯିବ।
Image Courtesy of India Todayଉଲ୍ଲେଖଯୋଗ୍ୟ, ମହାନନ୍ଦୁରେ ‘ଟିଡିପି’ଦ୍ବାରା ଆୟୋଜିତ ଦୁଇଦିନିଆ ରାଜନୈତିକ ସମ୍ମିଳନୀରେ ବିଶାଳ ଜନସମାବେଶ ପ୍ରତି ଉଦ୍ବୋଧନ ଦେଇ ଚନ୍ଦ୍ରବାବୁ ନାଇଡୁ ରାଜ୍ୟ ବିଭାଜିତ ହେବା ପରେ (ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା) ମୂଳ ରାଜ୍ୟବାସୀ ଖୁବ୍ କ୍ଷତିଗ୍ରସ୍ତ ହୋଇଛନ୍ତି।
ଏହି ଜନସମାବେଶରେ ‘ଟିଡିପି’ର ୩ ଲକ୍ଷ ସମର୍ଥକ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Party-Ticket_Thumbnail-2.jpg)