ବିବାଦ ମଧ୍ୟରେ ଚୀନ କମ୍ପାନିକୁ ମିଳିଲା ଦିଲ୍ଲୀ-ମିରଟ୍ ରେଳ ଲାଇନ ନିର୍ମାଣର ଠିକା

ନୂଆଦିଲ୍ଲୀ: ବୟକଟ୍ ଚାଇନା, ଚାଇନା କମ୍ପାନି ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ, ଏସବୁ କେବଳ ଲୋକ ଦେଖାଣିଆ । ଏକଥା ଆମେ ଏଇଥି ପାଇଁ କହୁଛୁ କି ଯେତେବେଳେ ଚୀନସେନା ଆମ ଦେଶର ୨୦ ଜଣ ଯବାନଙ୍କୁ  ନିର୍ମମ ଭାବେ ହତ୍ୟା କଲେ ସେତେବେଳେ ଭାରତ ସରକାର ଚୀନର ବିଭିନ୍ନ ସାମଗ୍ରୀ ଓ ମୋବାଇଲ ଆପକୁ ବ୍ୟାନ କରି ପ୍ରମାଣ କରିଥିଲେ କି ଆମେ ବି ଚୀନ ଉପରେ ପ୍ରତିଶୋଧ ନେଇପାରୁ । ହେଲେ ଏବେ ଜାତୀୟ ଗଣମାଧ୍ୟମର ଖବର ମୁତାବକ ଏକ ଚୀନ କମ୍ପାନିକୁ ଭାରତ ସରକାର  ଭୂତଳ ରେଳ ଲାଇନ ନିର୍ମାଣ କରିବା ପାଇଁ ଠିକା ଦେଇଛନ୍ତି ।

ସୂଚନା ମୁତାବକ, ଏନସିଆରଟି ଦ୍ୱାରା ଦେଶର ପ୍ରଥମ ଆଞ୍ଚଳିକ ରାପିଡ୍ ରେଲ ଟ୍ରାନଜିଟ୍ ସିଷ୍ଟମ ବା (ଆରଆରଟିଏସ୍)ର ବିକାଶ କରାଯାଉଛି  । ଏହି କ୍ରମରେ ଦିଲ୍ଲୀର ନ୍ୟୁ ଅଶୋକ ନଗରରୁ ଗାଜିଆବାଦର ସାହିବାବାଦ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ୫.୬ କିଲୋମିଟର ଭୂତଳ ରେଳ ଲାଇନର ଠିକା ସରକାର ସାଂଘାଇର ଟର୍ନଲ ଇଂଜିନିୟରିଂ କମ୍ପାନିକୁ ଦେଇଛନ୍ତି । ଗତବର୍ଷ ଜାରି ରହିଥିବା ଭାରତ-ଚୀନ୍ ବିବାଦ ମଧ୍ୟରେ ଏହି କମ୍ପାନିର ଠିକା ଉପରେ ସରକାର ରୋକ୍ ଲଗାଇଥିଲେ ମଧ୍ୟ ଏବେ ସେହି କମ୍ପାନିକୁ ସରକାର ଠିକା ଦେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି  ।

Railways to end China firm's Rs 470-crore contract | India News,The Indian Express
The Indian Express

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସିଆରଟିସି କହିଛନ୍ତି କି, ନିର୍ଦ୍ଧାରିତ ପ୍ରକ୍ରିୟା ଓ ନିର୍ଦ୍ଦେଶ ମୁତାବକ ଚୁକ୍ତି ପ୍ରଦାନ କରାଯାଇଛି । ଏହାସହ ଅନେକ ସ୍ତରରେ ଚୁକ୍ତି ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ଠିକା କମ୍ପାନିକୁ ଅନେକ ଏଜେନ୍ସି ଦ୍ୱାରା ପାଣ୍ଠି ପ୍ରଦାନ କରାଯାଉଛି । ବିଡ୍ ନିର୍ଦ୍ଧାରିତ ପ୍ରକ୍ରିୟା ଓ ନିର୍ଦ୍ଦେଶ ମୁତାବକ ବି ଦିଆଯାଇଛି । ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଓ ଠିକ୍ ସମୟରେ ପ୍ରକଳ୍ପଟି କାର୍ଯ୍ୟକାରୀ ହେବ ।

ଏହି ଯୋଜନା ମାଧ୍ୟମରେ ଦିଲ୍ଲୀ ଓ ମିରଟ ମଧ୍ୟରେ ସେମି ହାଇ ସ୍ପିଡ୍ ରେଳ କରିଡର ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ମାଧ୍ୟମରେ ଦିଲ୍ଲୀ, ଗାଜିଆବାଦ ମଧ୍ୟରେ ମିରଟକୁ ସଂଯୋଗ କରାଯିବ । ଏହି ପ୍ରକଳ୍ପ ମାଧ୍ୟମରେ ମୋଟ ୮୨.୧୫ କିଲୋମିଟର ରେଳ କରିଡର ନିର୍ମାଣ କରାଯିବ । ଯାହା ମଧ୍ୟରେ ୬୮.୦୩ କିଲୋମିଟର କରିଡର ମାଟି ଉପରେ ନିର୍ମାଣ କରାଯିବାକୁ ଥିବା ବେଳେ ୧୪.୧୨ କିଲୋମିଟର କରିଡର ଭୂତଳରେ ରହିବ । ଏ ନେଇ ଭୂମିର ବିସ୍ତାର କରିବା କାମ ଚାଇନା କମ୍ପାନୀକୁ ଠିକା ଦିଆଯାଇଛି ।

ଏହି ପ୍ରୋଜେକ୍ଟର ଠିକା ନେବା ପାଇଁ ମୋଟ  ୫ଟି କମ୍ପାନି ଟେଣ୍ଡର ପକାଇଥିଲେ । ଏହା ମଧ୍ୟରେ ଚୀନ କମ୍ପାନି ଏସଟିଇସି ସବୁଠାରୁ କମ୍ ୧.୧୨୬ କୋଟି ଟଙ୍କାରେ କାମ କରିଦେବ ବୋଲି କହିଥିଲା । ଏହାସହ ଭାରତୀୟ କମ୍ପାନି ଏଲ ଆଣ୍ଡ ଟି କମ୍ପାନୀ ୧.୧୭୦ କୋଟି ଟଙ୍କାର ଟେଣ୍ଡର ପକାଇଥିଲା । ଏହାସହ ଅନ୍ୟ ଦୁଇ ଭାରତୀୟ କମ୍ପାନି ଟାଟା ପ୍ରୋଜେକ୍ଟସ୍ ଓ ଏସକେଇସି କମ୍ପାନି ୧.୩୪୬ କୋଟି ଟଙ୍କାର ଟେଣ୍ଡର ପକାଇଥିଲା ।

ସମ୍ବନ୍ଧିତ ଖବର