ଶୌଚାଳୟ ନଥିଲେ ଝିଅ ବିବାହ ଦେବୁ ନାହିଁ, ହରିୟାଣାର ଏକ ଗାଁର ଲୋକମାନେ ଆରମ୍ଭ କରିଛନ୍ତି ଏଭଳି ଭିନ୍ନ ଧରଣର ଏକ ଅଭିଯାନ

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ସ୍ୱଚ୍ଛ ରଖିବା ପାଇଁ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆରମ୍ଭ କରିଥିବା ବେଳେ ଭାରତର ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । କିଛି ଲୋକ ଏହି ଅଭିଯାନରେ ମୋଦିଙ୍କୁ ସାହାଯ୍ୟ କରି ପରିବେଶକୁ ସ୍ୱଚ୍ଛ ରଖୁଥିବା ବେଳେ ଆଜି ବି ଏମିତି ଭାରତର ବଡ଼ ବଡ଼ ସହର ରହିଛି ଯେଉଁଠି ଲୋକାମାନେ ପରିବେଶକୁ ସ୍ୱଚ୍ଛ ରଖିବାରେ ଅସଫଳ ହୋଇଛନ୍ତି । କିଛି ସହରର ଲୋକମାନେ ଆଜି ବି ବାହାରେ ଶୌଚ କରୁଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି ପରିସ୍ଥିତିରେ ହରିୟାଣାରେ ଥିବା ସିର୍‌ସା ଗାଁରେ ସ୍ୱଚ୍ଛ ଭାରତ ଅଭିଯାନ ପାଦେ ଆଗକୁ ନେବା ପାଇଁ ଗ୍ରାମବାସୀମାନେ ଏକ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି ।

.indiatimes.com

ଯେଉଁ ଘରେ ଶୌଚାଳୟର ସୁବିଧା ଉପଲବ୍ଧ ରହିଥିବ କେବଳ ସେଇ ଘରେ ହିଁ ଆମେ ଝିଅ ବିବାହ କରାଇବୁ ବୋଲି ସିର୍‌ସା ଗାଁର ଲୋକମାନେ ନିଷ୍ପତ୍ତି ନେଇଛନ୍ତି । ପଞ୍ଚାୟତରେ ଏହି ନିଷ୍ପତ୍ତିର ଘୋଷଣା କରାଯିବା ସହ ସମସ୍ତେ ଏହାକୁ ପାଳନ କରିବେ ବୋଲି କୁହାଯାଇଛି । ବିବାହ ପରେ ଝିଅମାନଙ୍କୁ ବାହାରେ ଶୌଚ କରି ଯେଉଁ ସବୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି, ତା’ହା ଯେମିତି ସେମାନଙ୍କ ଝିଅମାନଙ୍କ ସହ ନ ହେଉ ସେଥିପାଇଁ ସେମାନେ ଏହି ପଦକ୍ଷପ ନେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର