ନୂଆଦିଲ୍ଲୀ : କୋଭିଡ ସ୍ଥିତି ଓ ପରିଚାଳନାଗତ କଟକଣା ପାଇଁ ଗୋରଖପୁର-ପୁରୀ ମଧ୍ୟରେ ସିଧାସଳଖ ଟ୍ରେନ ଚଳାଚଳର କୌଣସି ପ୍ରସ୍ତାବ ନାହିଁ। ଆଜି ରାଜ୍ୟସଭାରେ ସାଂସଦ ବୁଜଲାଲଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳ ମହତ୍ବପୂର୍ଣ୍ଣ ଷ୍ଟେସନ୍ମାନଙ୍କ ମଧ୍ୟରେ ସିଧା ଯୋଗାଯୋଗ ପ୍ରଦାନ କରିବାରେ ସର୍ବଦା ପ୍ରୟାସରତ ରହିଥିବାବେଳେ ସମୟ ସମୟରେ ପରିଚାଳନାଗତ ସମସ୍ୟା, ସମ୍ବଳର ଉପଲବ୍ଧତା, ବାଣିଜ୍ୟିକ ଔଚିତ୍ୟ ଦୃଷ୍ଟିରୁ ସମ୍ଭବପର ହୋଇନଥାଏ। ଅପରପକ୍ଷେ, ନୂଆ ଟ୍ରେନ ସେବା ଆରମ୍ଭ କରିବା ଭାରତୀୟ ରେଳର ଅବିରତ ପ୍ରକ୍ରିୟା ବୋଲି ଶ୍ରୀ ବୈଷ୍ଣବ ଦର୍ଶାଇଛନ୍ତି।
ଗୋରଖପୁର-ପୁରୀ ମଧ୍ୟରେ ଟ୍ରେନ୍ ଚଳାଚଳ ପ୍ରସ୍ତାବ ନାହିଁ
/sambad/media/post_attachments/wp-content/uploads/2021/06/trains-aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)