ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଆଣିବେ ଅନାସ୍ଥା ପ୍ରସ୍ତାବ !

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ପ୍ରସଙ୍ଗରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏବେ ସଂସଦ ଭିତରେ ବଡ଼ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ କଂଗ୍ରେସ ଅନ୍ୟ ବିରୋଧୀ ଦଳସହ ମିଶି ପ୍ରସ୍ତୁତି ଚଳାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳମାନେ ଆସନ୍ତା ସୋମବାର ଦିନ (୩ ଏପ୍ରିଲ) ଅନାସ୍ଥା ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି । କଂଗ୍ରେସ ସାଂସଦଙ୍କ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ ହୋଇଥିବା ବେଳେ କଂଗ୍ରେସ ଏ ନେଇ ଅନ୍ୟ ବିରୋଧୀ ଦଳମାନଙ୍କ ସହ ଆଲୋଚନା କରୁଛି ।”

ଲୋକସଭା ସଚିବାଳୟ ରାହୁଲ ଗାନ୍ଧିଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରିବାର କିଛି ଦିନ ପରେ କଂଗ୍ରେସ ଏହି ପଦକ୍ଷେପ ନେଇଛି । ୨୦୧୯ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ସୁରଟର ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ଦଣ୍ଡାଦେଶ ଆସିବାର ଦିନକ ପରେ ହିଁ ରାହୁଲଙ୍କ ସଦସ୍ୟପଦ ରଦ୍ଦ କରିଦିଆଯାଇଥିଲା । ପୁଣି ସଦସ୍ୟତା ବାତିଲ କରିବା ପରେ ଏବେ ରାହୁଲ ଗାନ୍ଧିଙ୍କୁ ଘର ଖାଲି କରିବାକୁ ନୋଟିସ୍ ମିଳିଛି ।

 

ସମ୍ବନ୍ଧିତ ଖବର