କରୋନା ଭୟ: ମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇବା ସହ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ସାମାଜିକ ଗଣମାଧ୍ୟମରେ କରୋନା ସଂପର୍କରେ ଗୁଜବ ପ୍ରଚାର କରି ୧୧ ଗିରଫ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଥିବା ବେଳେ ମନ୍ତ୍ରୀମାନଙ୍କ ବିଦେଶ ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିପରି, ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯଦି ସେପରି କୌଣସି ଜରୁରୀ ଓ ବିଶେଷ କାର୍ଯ୍ୟ ନଥାଏ, ତେବେ ସମସ୍ତ ଦେଶବାସୀ ବିଦେଶ ଗସ୍ତରୁ ନିଜକୁ ବିରତ ରଖନ୍ତୁ।

କରୋନା ଭାଇରସ୍‌କୁ ନେଇ ସରକାର ବେଶ ସଚେତନ ଓ ଜାଗ୍ରତ ଅଛନ୍ତି। ଏବାବଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ ସମସ୍ତ ପ୍ରକାରର ଆବଶ୍ୟକୀୟ ଓ ବିହିତ ପଦକ୍ଷେପମାନ ଗ୍ରହଣ କରାଯାଇଛି। ତେଣୁ, ଦେଶବାସୀଙ୍କୁ ଅଭୟ ଆଶ୍ୱାସନା ଶୁଣାଇ କରୋନା ଭାଇରସ୍‌କୁ ନେଇ ଭୟଭୀତ ହେବାର ଆଦୌ କୌଣସି କାରଣ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

New Indian Express

 

ସାମାଜିକ ଗଣମାଧ୍ୟମରେ କରୋନା ସଂପର୍କରେ ଗୁଜବ ପ୍ରଚାର କରି ୧୧ ଗିରଫ

ସାମାଜିକ ଗଣମାଧ୍ୟମରେ କରୋନା ଭାଇରସ୍‌ ସଂପର୍କରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ମିଜୋରାମ ପୁଲିସ୍‌ ୧୧ ଜଣଙ୍କୁ ଗିରଫ କରିଛି। ମିଜୋରାମ ପୁଳିସ୍‌ ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ ସାମାଜିକ ଗଣମାଧ୍ୟମରେ ଗିରଫ ହୋଇଥିବା ବ୍ୟକ୍ତିମାନେ କରୋନା ଭାଇରସ୍‌କୁ ମିଥ୍ୟା ଖବର ପ୍ରସାରିତ କରିବା ସହ ଲୋକମାନଙ୍କୁ ଆତଙ୍କିତ ଓ ଭୟଭୀତ କରାଉଥିଲେ।

ସମ୍ବନ୍ଧିତ ଖବର