ଯେତେ ଆନ୍ଦୋଳନ ହେଲେ ମଧ୍ୟ ନାଗରିକତା ଆଇନ ପ୍ରତ୍ୟାହାର କରାଯିବ ନାହିଁ : ଅମିତ ଶାହା

ଲକ୍ଷ୍ନୌ : ନାଗରିକତା (ସଂଶୋଧନ) ଆଇନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ସରକାର ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଯେଉଁମାନେ ଏହି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି ସେମାନେ ମନେ ରଖିବା ଆବଶ୍ୟକ ଯେ ଏହି ଆଇନକୁ ପ୍ରତ୍ୟାହାର କରାଯିବ ନାହିଁ । ସେମାନେ ଯେତେ ଇଚ୍ଛା ଆନ୍ଦୋଳନ କଲେ ମଧ୍ୟ ସରକାର ଏହି ଆଇନକୁ ପ୍ରତ୍ୟାହାର କରିବେ ନାହିଁ ।

ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ର‍୍ୟାଲିରେ ଯୋଗ ଦେଇ ସେ କହିଛନ୍ତି ଯେ ଏହି ଆଇନ ମାଧ୍ୟମରେ କୌଣସି ନାଗରିକଙ୍କ ନାଗରିକତା ପ୍ରତ୍ୟାହାର କରାଯିବାର କୌଣସି ବ୍ୟବସ୍ଥା ନାହିଁ । ଏହି ଆଇନ ମାଧ୍ୟମରେ ପଡ଼ୋଶୀ ଦେଶରେ ଅତ୍ୟାଚାରର ସମ୍ମୁଖୀନ ହେଉଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ଏହା ସତ୍ତ୍ୱେ କଂଗ୍ରେସ, ତୃଣମୂଳ କଂଗ୍ରେସ, ସମାଜବାଦିପାର୍ଟି, ବିଏସପି ଆଦି ଦଳ ଏହା ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି । ଯଦି କଂଗ୍ରେସର ସତସାହସ ଅଛି, ସେମାନେ ଏହି ଆଇନ ଉପରେ ତାଙ୍କ ସହ ବିତର୍କ କରନ୍ତୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୋଟ ବ୍ୟାଙ୍କ ରାଜନୀତି କଂଗ୍ରେସକୁ ଅନ୍ଧ କରିଦେଇଛି ।

ଏହି ର‍୍ୟାଲିରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଯୋଧ୍ୟାଠାରେ ଏକ ଆକାଶଛୁଆଁ ମନ୍ଦିରର ନିର୍ମାଣ କାର୍ଯ୍ୟ ଆସନ୍ତା ତିନିମାସ ମଧ୍ୟରେ ଆରମ୍ଭ ହେବ । 

ସମ୍ବନ୍ଧିତ ଖବର