ନୂଆଦିଲ୍ଲୀ : କରୋନା ଟୀକା ବାହାର କରିବା ଲାଗି ସମଗ୍ର ବିଶ୍ବର ଗବେଷକମାନେ ଲାଗିପଡ଼ିଥିବା ବେଳେ ନୋବେଲ ବିଜେତା ଅଷ୍ଟ୍ରେଲୀୟ ବୈଜ୍ଞାନିକ ପିଟର ଚାର୍ଲସ ଡୋହେର୍ଟି କହିଛନ୍ତି ଯେ ଆସନ୍ତା ୯ରୁ ୧୨ ମାସ ପୂର୍ବରୁ ଲୋକଙ୍କ ପାଖରେ ଟୀକା ପହଞ୍ଚିବା ସମ୍ଭାବନା କମ ।
ସେ କହିଛନ୍ତି ଯେ ଯଦି ସବୁକିଛି ଠିକ ଚାଲେ ତେବେ ବର୍ତ୍ତମାନ ମାନବ ପରୀକ୍ଷଣ ସ୍ତରକୁ ପହଞ୍ଚିଥିବା ଟୀକାଗୁଡ଼ିକ ପ୍ରକୃତରେ କରୋନା ମୁକାବିଲା ପାଇଁ ପ୍ରଭାବୀ ଓ ସୁରକ୍ଷିତ କି ନା ତାହା ଆସନ୍ତା ସେପ୍ଟେମ୍ବର ଅକ୍ଟୋବର ସୁଦ୍ଧା ଜଣାପଡ଼ିବ । ଏହା ପରେ ଟୀକା ଲୋକଙ୍କ ପାଖରେ ପହଞ୍ଚିବାକୁ ଆଉ କିଛି ମାସ ଲାଗିଯିବ, କାରଣ ଅଳ୍ପ ଖର୍ଚ୍ଚରେ ସେଗୁଡ଼ିକର ମାସ ପ୍ରଡକ୍ସନ ବା ସମୁହ ଉତ୍ପାଦନ କରିବାକୁ ହେବ ।
/sambad/media/post_attachments/wp-content/uploads/2020/05/200505-corona-vaccine-mc-959_3de3f158f250851349419f005936c3d9.fit-760w.jpg)
ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଇନଫ୍ଲୁଏନଜା ଭୁତାଣୁ ପରି କରୋନା ଭାଇରସ ଦ୍ରୁତ ଗତିରେ ବଦଳୁ ନାହିଁ । ଏଣୁ ଯେଉଁ ଟୀକା ବାହାରିବ ତାହା ସମସ୍ତଙ୍କ ଶରୀରରେ କାମ ଦେବ ।
ସେ କହିଛନ୍ତି ଯେ ଭାରତ ପରି ଜନବହୁଳ ଦେଶରେ ହଠାତ ଲକଡାଉନକୁ ଉଠାଇ ଦେବା ବା କୋହଳ କରିଦେବା ଆତ୍ମଘାତୀ ହେବ । କାରଣ ଏହା ଦ୍ବାରା ସଂକ୍ରମଣ ହଠାତ ବଢିଯିବାର ଆଶଙ୍କା ରହିଛି । ତେବେ ସେ ସ୍ବୀକାର କରିଛନ୍ତି ଯେ ଲକଡାଉନକୁ ଦୀର୍ଘ ଦିନ ଧରି ଲାଗୁ କରିବା ଅର୍ଥନୀତି ପାଇଁ ହିତକର ହେବ ନାହିଁ । ଏଣୁ ପର୍ଯ୍ୟାୟକ୍ରମେ ଲକଡାଉନ କୋହଳ କରିବାକୁ ସେ ପରାମର୍ଶ ଦେଇଛନ୍ତି ।