ନୂଆଦିଲ୍ଲୀ: ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ିଥିବା ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦୀଙ୍କୁ ୨୦୨୩ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେ ନୋବେଲ କମିଟି ନିଷ୍ପତ୍ତି ନେଇଛି।
BREAKING NEWS
The Norwegian Nobel Committee has decided to award the 2023 #NobelPeacePrize to Narges Mohammadi for her fight against the oppression of women in Iran and her fight to promote human rights and freedom for all.#NobelPrizepic.twitter.com/2fyzoYkHyf— The Nobel Prize (@NobelPrize) October 6, 2023
ନୋବେଲ ପୁରସ୍କାର କମିଟି ଅନୁଯାୟୀ, ନର୍ଗିସ ମହମ୍ମଦୀ ବ୍ୟକ୍ତିଗତ ସ୍ତରରେ ବହୁ ଭାବରେ ସଂଗ୍ରାମ କରିଛନ୍ତି। ଅନ୍ୟ ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ୧୩ଥର ଗିରଫ ହୋଇଛନ୍ତି, ପାଞ୍ଚ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ମୋଟ ୩୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ନର୍ଗିସ ମହମ୍ମଦୀ ତେହେରାନର ଇଭିନ ଜେଲରେ ଅନେକ ବର୍ଷ ହେଲାଣି ଜେଲ ଦଣ୍ଡ ଭୋଗୁଛନ୍ତି।
ନର୍ଗିସ ମହମ୍ମଦୀ ହେଉଛନ୍ତି ଡିଫେଣ୍ଡର ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟର(ଡିଏଚଆରସି)ର ଉପାଧ୍ୟକ୍ଷା। ସେ ଇସଲାମିକ ଦେଶ ଇରାନରେ ମୃତ୍ୟୁଦଣ୍ଡକୁ ଶେଷ କରିବା ଏବଂ ବନ୍ଦୀମାନଙ୍କ ଅଧିକାର ପାଇଁ ଲଢ଼ିଥିଲେ। ଏହି ଅବଧି ମଧ୍ୟରେ ତାଙ୍କୁ ଅନେକ ଥର ଜେଲ ଯିବାକୁ ପଡିଥିଲା। ଏବେ ବି ସେ ଜେଲ ଦଣ୍ଡ ଭୋଗୁଥିବା ଜଣାପଡ଼ିଛି।