ଷ୍ଟକ୍ହୋମ୍ : ଜାପାନ ଜନ୍ମିତ ବ୍ରିଟିଶ୍ ଲେଖକ କାଜୁଓ ଇଶିଗୁରୋଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିଛି। ୨୦୧୭ ବର୍ଷ ପାଇଁ ସାହିତ୍ୟରେ ଇଶିଗୁରୋଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିବା ଆଜି ସ୍ୱିଡେନ୍ ନୋବେଲ ଏକାଡେମି ଘୋଷଣା କରିଛି । ଇଶିଗୁରୋଙ୍କୁ ତାଙ୍କର ଉପନ୍ୟାସ ‘ଗ୍ରେଟ୍ ଇମୋସନାଲ ଫୋର୍ସ’ ପାଇଁ ଏହି ପୁରସ୍କାର ଦିଆଯାଇଛି। ସଂସାର ସହିତ ଆମର ସଂପର୍କ ଓ ଏ ବାବଦ ଭ୍ରମକୁ ନେଇ ଏହି ଉପନ୍ୟାସ ରଚିତ ହୋଇଛି। ଆଧୁନିକ ସାହିତ୍ୟର ମୁଖ୍ୟସ୍ରୋତକୁ ନୋବେଲ କମିଟି ପ୍ରୋତ୍ସାହିତ କରିଥିବା ବେଳେ ଗତବର୍ଷ ଏହି ସମ୍ମାନ ଆମେରିକାର ଗାୟକ ତଥା ଗୀତିକାର ବବ୍୍ ଡିଲାନ୍ଙ୍କୁ ମିଳିଥିଲା। ୧୯୦୧ ମସିହାରୁ ନୋବେଲ ପୁରସ୍କାର ଆରମ୍ଭ ହୋଇଥିବା ବେଳେ ବିଜ୍ଞାନ, ସାହିତ୍ୟ ଓ ଶାନ୍ତି କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଏହା ପ୍ରଦାନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହାନ ସ୍ରଷ୍ଟା ଇଶିଗୁରୋ
ଜାପାନ ଜନ୍ମିତ ବ୍ରିଟିଶ ଲେଖକ କାଜୁଓ ଇଶିଗୁରୋଙ୍କ ଜନ୍ମ ୮ ନଭେମ୍ବର ୧୯୫୪ରେ ହୋଇଥିଲା। ତାଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ସେତେବେଳେ ପରିବାର ଜାପାନ ଛାଡ଼ି ବ୍ରିଟେନ୍ ପଳାଇ ଆସିଥିଲେ। ଇଶିଗୁରୋ ଏକାଧାରରେ ଜଣେ ଖ୍ୟାତନାମା ଔପନ୍ୟାସିକ, ସ୍ତମ୍ଭକାର ଏବଂ ଗୀତିକାର। ଇଶିଗୁରୋ ତାଙ୍କର ସାହିତ୍ୟ ସମ୍ଭାର ପାଇଁ ୧୯୮୯ରେ ବୁକର୍ ପ୍ରାଇଜ୍, ୧୯୯୫ରେ ଅର୍ଡର ଅଫ୍୍ ଦି ବ୍ରିଟିସ୍ ଏମ୍ପାୟାର ପୁରସ୍କାର ହାସଲ କରିଥିଲେ। ଇଶିଗୁରୋ ୧୯୮୨ରେ ବ୍ରିଟେନର ନାଗରିକତ୍ୱ ଗ୍ରହଣ କରିଥିଲେ।