ଆମେରିକୀୟ ଅର୍ଥନୀତିଜ୍ଞ ଓ୍ଵିଲିୟମ ନରଧସ ଓ ପଲ ରୋମର ପାଇବେ ଏ ବର୍ଷର ଅର୍ଥନୀତି ନୋବେଲ

ନୂଆଦିଲ୍ଲୀ : ଆମେରିକାର ଦୁଇ ଅର୍ଥନୀତିଜ୍ଞ ଓ୍ଵିଲିୟମ ନରଧସ ଓ ପଲ ରୋମରଙ୍କୁ ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବେ । ଜଳବାୟୁ ପରିବର୍ତ୍ତନ ଓ ପ୍ରଯୁକ୍ତିଗତ ଉଦ୍ଭାବନକୁ ଅର୍ଥନୀତି ସହ ଯୋଡିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ ଏହି ପୁରସ୍କାର ପାଇଁ ବଛା ଯାଇଛି ବୋଲି ରୟାଲ ସ୍ୱିଡିସ ଏକାଡେମୀ ପକ୍ଷରୁ କୁହାଯାଇଛି । ତାଙ୍କର ଏହି ଫର୍ମୁଲା ଯୋଗୁଁ ବଜାର ଅର୍ଥନୀତି କିପରି ଜଳବାୟୁ ଓ ଟେକନଲୋଜୀ ଦ୍ୱାରା ପ୍ରଭାବିତ ହେଉଛି ତାହା ବିଶ୍ଳେଷଣ କରିବା ସହଜ ହୋଇପାରିଛି ।

ପୁରସ୍କାର ବାବଦରେ ମିଳିବାକୁ ଥିବା ୯ ନିୟୁତ ସ୍ୱିସ କ୍ରୋନର ( ପ୍ରାୟ ୧.୦୧ ନିୟୁତ ଡଲାର) ଏହି ଦୁଇଜଣଙ୍କ ମଧ୍ୟରେ ବାଣ୍ଟିଦିଆଯିବ । ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ଘୋଷଣା କରାଯାଏ । ତେବେ ଯୌନ କେଳେଙ୍କାରୀ ପାଇଁ ଏ ବର୍ଷ ସାହିତ୍ୟ ନୋବେଲ ପୁରସ୍କାର କାହାରିକୁ ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର