ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ଷ୍ଟକହୋମ: ଚଳିତ ୨୦୨୦ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ସମ୍ମାନଜନକ ନୋବେଲ ପୁରସ୍କାର ରୋଜର ପେନ୍ରୋଜ, ରେର୍ହିଡ ଜେନଜେଲ ଏବଂ ଆଣ୍ଡ୍ରେୟା ଗେଜଙ୍କୁ ମିଳିତ ଭାବରେ ପ୍ରଦାନ କରାଯିବ।
‘ବ୍ଲାକ୍‌ ହୋଲ’ ଗବେଷଣା ପାଇଁ ବ୍ରିଟେନର ପଦାର୍ଥ ବିଜ୍ଞାନୀ ରୋଜର ପେନ୍ରୋଜ୍‌, ଜର୍ମାନୀର ରେର୍ହିଡ ଜେନଜେଲ ଏବଂ ଆଣ୍ଡ୍ରେଆ ଗେଜ୍‌ଙ୍କୁ ମିଳିତ ଭାବେ ଚଳିତ ବର୍ଷର ନୋବେଲ ପଦାର୍ଥ ବିଜ୍ଞାନ ପୁରସ୍କାର ପ୍ରଦାନ କରାଯାଇଛି ବୋଲି ନୋବେଲ ପୁରସ୍କାର କମିଟି ପକ୍ଷରୁ ଆନୁଷ୍ଠାନକ ଭାବେ ଘୋଷଣା କରାଯାଇଛି। ଷ୍ଟକ୍‌ହୋମ୍‌ଠାରେ ନୋବେଲ କମିଟି ମୁଖ୍ୟ ଥୋମାର୍ସ ପର୍ଲମ୍ୟାନ୍‌ ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି। ପୁରସ୍କାର ବାବଦରେ ବିଜେତାମାନଙ୍କୁ ୧୦ ନିୟୁତ ସ୍ୱିଡିସ୍‌ କ୍ରୋନର(ପ୍ରାୟ ୧୧୧୮୦୦୦ ଆମେରିକୀୟ ଡଲାର) ରାଶି ସମେତ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ।

‘ବ୍ଲାକ୍‌ ହୋଲ୍‌’ ଗବେଷଣା ପାଇଁ ପୁରସ୍କାରର ଅଧା ପେନ୍ରୋଜ ପାଇବାକୁ ଥିବାବେଳେ ବାକି ଅର୍ଦ୍ଧେକ ଅନ୍ତରୀକ୍ଷ ଗବେଷଣା ପାଇଁ ଜେନଜେଲ ଏବଂ ଗେଜ ପାଇବେ ବୋଲି ନୋବେଲ କମିଟି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର