ଆଜିଠାରୁ ଘୋଷଣା କରାଯିବ ନୋବେଲ୍‌ ପୁରସ୍କାର

କୋପେନ୍‌ହେଗନ୍‌: ଆଜିଠାରୁ ଆରମ୍ଭ କରି ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଦୈନିକ ନୋବେଲ୍‌ ପୁରସ୍କାର ଘୋଷଣା କରାଯିବ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଆସୋସିଏଟେଡ୍‌ ପ୍ରେସ୍‌’ ରିପୋର୍ଟ କରିଛି।

ଆଜି ଚଳିତ ବର୍ଷ ପାଇଁ ‘ଫିଜିଓଲୋଜି’ ଅଥବା ‘ମେଡିସିନ୍‌’ ନିମନ୍ତେ ପୁରସ୍କର ଘୋଷଣା କରାଯାଇ ପାରେ। ‘ଏମ୍‌ଆର୍‌ଏନ୍‌ଏ’ ଟିକା ବିକାଶରେ ଜଡ଼ିତ ଥିବା କାନଡୀୟ ବୈଜ୍ଞାନିକ ଏହି ପୁରସ୍କାର ପାଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।

ସୂଚନାଯୋଗ୍ୟ, ଉଦ୍‌ଭାବକ ଆଲ୍‌ଫ୍ରେଡ୍‌ ନେବେଲ୍‌ଙ୍କ ଇଚ୍ଛାକୁ ଆଧାର କରି ମାନବଜାତିର ପ୍ରଭୁତ୍ବ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ନରନାରୀ ଓ ସଙ୍ଗଠନଗୁଡ଼ିକୁ ୧୯୦୧ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

Image Courtesy of India Today

ମରଣୋତ୍ତର ପୁରସ୍କାର ଦିଆଯିବ ନାହିଁ ୧୯୭୪ରୁ ନୋବେଲ୍‌ ଫାଉଣ୍ଡେସନ୍‌ ସ୍ଥିର କରିଛି। କିନ୍ତୁ, ପୁରସ୍କାର ଘୋଷଣା (ଅକ୍ଟୋବର) ଓ ପୁରସ୍କାର ପ୍ରଦାନ (ଡିସେମ୍ବର) ମଧ୍ୟରେ ଯଦି ପୁରସ୍କାର ପାଇବାକୁ ଥିବା କୌଣସି ବ୍ୟକ୍ତି ମରିଯାଆନ୍ତି ତାଙ୍କୁ ପୁରସ୍କାର ଦିଆଯିବ। ଏହି ପରିବର୍ତ୍ତନ ପୂର୍ବରୁ ମାତ୍ର ୨ଜଣ ବ୍ୟକ୍ତିଙ୍କୁ ମରଣୋତ୍ତର ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ପ୍ରତି ପ୍ରତି ବିଭାଗରେ ନୋବେଲ୍‌ ପୁରସ୍କାର ବାବଦରେ ୮୯୫,୦୦୦ ଡଲାର୍‌ ଏବଂ ୧୮ କ୍ୟାରେଟ୍‌ର ସ୍ବର୍ଣ୍ଣପଦକ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର