ଲଣ୍ଡନ: ବିଟ୍ରିସ୍ ଔପନ୍ୟାସିକ ଏବଂ ସାହିତ୍ୟରେ ନୋବେଲ୍ ବିଜୟୀ ଲେଖକ ସାର୍ ଭିଏସ୍ ନଇପଲ୍ଙ୍କ ରବିବାର ଦିନ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଲଣ୍ଡନସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା କଥା ତାଙ୍କ ପରିବାର ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୧୯୩୨ ମସିହା ଅଗଷ୍ଟ ୧୭ ତାରିଖରେ ଜନ୍ମିତ ନଇପଲ୍ ସ୍କୋଲାର୍ସିପ୍ ପାଇ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଇଂରାଜୀ ସାହିତ୍ୟ ଅଧ୍ୟୟନ କରିଥିଲେ। ତାଙ୍କର ପ୍ରଥମ ଉପନ୍ୟାସ ‘ଦି ମିଷ୍ଟିକ୍ ମାସର୍’ ୧୯୫୭ ମସିହାରେ ପ୍ରକାଶିତ ହୋଇଥିଲା।
ତାଙ୍କର ପୂରା ନାଁ ଥିଲା ବିଦିୟାଧର ସୁରଜପ୍ରସାଦ ନଇପଲ୍। ତ୍ରିନିଦାଦ୍ରେ ଜନ୍ମିତ ନଇପଲ୍ ଥିଲେ ଜଣେ ଭାରତୀୟ ସିଭିଲ୍ ସର୍ଭାଣ୍ଟ୍ଙ୍କ ପୁତ୍ର।
ପରେ ଏହି ବ୍ରିଟିସ୍ ଔପନ୍ୟାସିକ ଜନପ୍ରିୟ ହୋଇ ଅନେକ ପୁସ୍ତକ ରଚନା କରିଥିଲେ। ସେଥିରୁ ଅଧିକାଂଶ ଔପନିବେଶବାଦ ଏବଂ ତାହାର କଳା କାରନାମା ଉପରେ ଆଧାରିତ। ସେ ହାରାହାରି ୩୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ୧୯୭୧ରେ ‘ଇନ୍ ଏ ଫ୍ରି ଷ୍ଟେଟ୍’ ପୁସ୍ତକ ପାଇଁ ତାଙ୍କୁ ବୁକର୍ ପୁରସ୍କାର ମିଳିଥିଲା।
ଲେଖକଙ୍କ ପତ୍ନୀ ନାଦିରା ନଇପଲ୍ କହିଛନ୍ତି: ଅଦ୍ଭୁତ ସୃଜନଶୀଳତା ଏବଂ ଉଦ୍ୟମପୂର୍ଣ୍ଣ ଜୀବନ ଜିଇଁ ସେ ସୁଖ ପାଇଥିବା ଲୋକମାନଙ୍କ ଗହଣରେ ଇହଧାମ ଛାଡ଼ିଛନ୍ତି।
ସାହିତ୍ୟ ଲାଗି ୨୦୦୧ ମସିହାରେ ନଇପଲ୍ଙ୍କୁ ନୋବେଲ୍ ପୁରସ୍କାର ଦିଆଯାଇଥିଲା।