କେବିସି-୧୧ ଲକି ଡ୍ର’ରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଜିତିଥିବା କଥା କହି ବ୍ୟାଙ୍କ ଆକାଉଣ୍ଟରୁ ଉଠାଇ ନେଲେ ଟଙ୍କା

ନୂଆଦିଲ୍ଲୀ : କୌନ ବନେଗା କରୋଡପତି-୧୧ଏବେ ଚର୍ଚ୍ଚାରେ ରହିଛି । ସୋ’ର ଆରମ୍ଭରୁ ଏ ପର୍ଯ୍ୟନ୍ତ ୩ ଜଣ ଲୋକ କୋଟିପତି ବନିଥିବା ବେଳେ ଅନ୍ୟ ପ୍ରତିଯୋଗୀମାନେ ଲକ୍ଷ ଲକ୍ଷ ଟଙ୍କା ଜିତିଥିବାର ଦେଖାଯାଇଛି । ତେବେ କିଛି ଦୁର୍ବୃତ୍ତ ଏହି କୁଇଜ୍‌ ସୋ’ ସାହାଯ୍ୟରେ ଲୋକମାନଙ୍କୁ ଠକୁ ଥିବାର ଅଭିଯୋଗ ଆସିଛି । ପୂର୍ବରୁ ମଧ୍ୟ କେବିସି ନାଁରେ ଲୋକେ ଠକାମିର ଶିକାର ହୋଇଥିବା ବେଳେ ଏବେ ନୋଏଡାରେ ଜଣେ ବ୍ୟକ୍ତି ଠକାମିର ଶିକାର ହୋଇଛନ୍ତି । ୨୫ଲକ୍ଷ ଟଙ୍କା ଜିତିଥିବା କହି ତାଙ୍କଠାରୁ ୨୮,୦୦୦ଟଙ୍କା ଲୁଟି ନେବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

कौन बनेगा करोड़पति के नाम पर एक और ठगी
oneindia.com

ଘଟଣାଟି ନୋଏଡାର ଜଣେ ଫାର୍ମାସିଷ୍ଟଙ୍କ ସହ ଘଟିଛି । ଗାଜିଆବାଦ୍‌ରେ ରହୁଥିବା ରୋହିତ ବର୍ମା ସେକ୍ଟର-୧୯ରେ ଏକ ମେଡିକାଲ ଷ୍ଟୋର ଚଳାଉଛନ୍ତିି । ଅକ୍ଟୋବର ୧୬ରେ ତାଙ୍କ ପାଖକୁ ଏକ ଫୋନ କଲ ଆସିବା ସହ ଯୁବକଜଣଙ୍କ ନିଜକୁ କେବିସିର ପ୍ରତିନିଧି ବୋଲି ପରିଚୟ ଦେଇଥିଲା । ଲକି ଡ୍ର’ରେ ୨୫ଲକ୍ଷ ଟଙ୍କା ଜିତିବା କଥା କହିବା ସହ ଜିତିଥିବା ଟଙ୍କା ପାଇବା ପାଇଁ ଆୟକର ଆକାରରେ ୨୮,୦୦୦ଟଙ୍କା ଦେବାକୁ ହେବ ବୋଲି ଜଣାଇଥିଲା, ଯାହା ପରେ ରୋହିତ ଅଭିଯୁକ୍ତ ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ୨୮,୦୦୦ଟଙ୍କା ଛାଡ଼ି ଦେଇଥିଲେ । କିନ୍ତୁ ଟଙ୍କା ଯିବା ପରଠାରୁ ଅଭିଯୁକ୍ତ ରୋହିତଙ୍କ ଫୋନ କଲ୍‌ ଉଠାଇବା ବନ୍ଦ କରି ଦେଇଥିଲେ ।

ସମ୍ବନ୍ଧିତ ଖବର