ପିତା ସହିତ ସ୍କୁଲ ଯାଉଥିଲା ୫ବର୍ଷର ଶିଶୁ, ଟ୍ରାଫିକ୍‌ ପୁଲିସ ଏହି କାରଣରୁ କାଟିଲା ଚାଲାଣ

ନୋଏଡା: ନୋଏଡା ସେକ୍ଟର-୧୦ରେ ପିତାଙ୍କ ବାଇକ ପଛପଟେ ପାଞ୍ଚବର୍ଷ ଶିଶୁ ବସି ସ୍କୁଲ ଯାଉଥିବା ସମୟରେ ଟ୍ରାଫିକ୍‌ ପୁଲିସ ଚାଲାଣ କାଟିଛି। ତେବେ ଏହି ଘଟଣାକୁ ନେଇ ଟ୍ରାଫିକ୍‌ କଣ୍ଟ୍ରୋଲ ରୁମ୍‌ରେ ପହଞ୍ଚି ବାଇକ୍‌ ଚାଳକ ଅନୁରାମ ସିଂହ ଏସ୍‌ପି ଟ୍ରାଫିକ୍‌ ଅନିଲ ଝାଙ୍କ ନିକଟରେ ଭୁଲ ଚାଲାଣ କାଟିବା ନେଇ ଅଭିଯୋଗ କରିଛନ୍ତି।

ମୟୁର ବିହାର ଫେଜ-୩ରେ ବସବାସ କରୁଥିବା ଅନୁରାଗ ସିଂହଙ୍କ ପାଖକୁ କିଛିଦିନ ତଳେ ଏକ ମେସେଜ ଆସିଥିଲା। ସେ ଯେତେବେଳେ ଅନ୍‌ଲାଇନ୍‌ ଚାଲାଣ ଡାଉନ୍‌ଲୋଡ କରିଥିଲେ ଜଣେ ସ୍କୁଟିରେ ବିନା ହେଲମେଟରେ ଯାଉଥିବା ଦେଖିବାକୁ ମିଳିଥିଲା। ତେବେ ବାସ୍ତବରେ ଦେଖିବାକୁ ଗଲେ ତାଙ୍କ ପାଖରେ ବାଇକ ଥିଲା ଓ ସେ ହେଲମେଟ ପିନ୍ଧି ବାଇକ୍‌ ଚଳାଉଥିଲେ। ଏହି ଘଟଣାକୁ ନେଇ ସେ ସେକ୍ଟର-୧୪ଏ ଏସ୍‌ପି ଟ୍ରାଫିକ୍‌ କାର୍ଯ୍ୟାଳୟ ପହଞ୍ଚିଥିଲେ। ସେଠାରେ ସେ ଭୁଲ ଚାଲାଣ କାଟିଥିବା ନେଇ ଟ୍ରାଫିକ୍‌ ଏସ୍‌ପିଙ୍କୁ ଅଭିଯୋଗ କରିଥିଲେ।

ଏସ୍‌ପି ଟ୍ରାଫିକ୍‌ର ମେନ୍ ସର୍ଭର ଚେକ୍‌ କରିବା ପରେ ଷ୍ଟାଡିୟମ ନିକଟରେ ଅନୁରାଗ ବାଇକ୍‌ରେ ପିଲାକୁ ସ୍କୁଲ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ସେ ପୁଣି ହେଲମେଟ ପିନ୍ଧି ଗାଡ଼ି ଚଳାଉଥିଲେ। ଶିଶୁଟି କିନ୍ତୁ ହେଲମେଟ ପିନ୍ଧି ନ ଥିଲା। ଏହାପରେ ଏହି ଚାଲାଣ ନଷ୍ଟ କରିବା ପାଇଁ ଏକ ଲିଖିତ ଅଭିଯୋଗ ଦେବାକୁ ଅନୁରାଗଙ୍କୁ ଏସ୍‌ପି କହିଥିଲେ।

ସମ୍ବନ୍ଧିତ ଖବର