ଉତ୍ତର ପ୍ରଦେଶ ଡିଜିପିଙ୍କ ଗାଡ଼ିକୁ ଚିହ୍ନି ନ ପାରି ନୋଏଡ଼ା ପୁଲିସ ଏସ୍‌ଆଇ ଓ କନେଷ୍ଟବଳ ନିଲମ୍ବିତ

ନୋଏଡ଼ା: ବୁଧବାର ଦିନ ଉତ୍ତର ପ୍ରଦେଶ ପୁଲିସ ମୁଖ୍ୟଙ୍କ ଗାଡ଼ିକୁ ଚିହ୍ନି ପାରି ନ ଥିବା ନୋଏଡ଼ାର ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ବିଶୃଙ୍ଖଳିତ ଆଚରଣ ନିମନ୍ତେ ନିଲମ୍ବିତ କରାଯାଇଥିବା କଥା ଅଧିକାରୀମାନେ କହିଛନ୍ତି।

ନୂଆଦିଲ୍ଲୀରେ ଏକ ସଭାରେ ଯୋଗ ଦେବାକୁ ପୁଲିସ ମହାନିର୍ଦେଶକ ଓ ପି ସିଂହ ଯାଉଥିବା ବେଳେ ସହର ଅତିକ୍ରମ କରୁଥିବା ସମୟରେ ଅପରାହ୍ଣ ସାଢ଼େ ଦୁଇଟା ବେଳେ ଏ ଘଟଣା ଘଟିଥିବା କଥା ଗୌତମ ବୁଦ୍ଧ ନଗର ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ନିଲମ୍ବିତ କର୍ମଚାରୀ, ଜଣେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଏବଂ ଜଣେ କନେଷ୍ଟବଳ, ହେଉଛନ୍ତି ସେକ୍ଟର୍‌ ୩୯ ଥାନାର ଏବଂ ସେମାନଙ୍କୁ ଆମ୍ରପଲ୍ଲୀ ପୋଲିସ୍‌ ଚେକ୍‌ ପୋଷ୍ଟ୍‍ର ମୁତୟନ କରାଯାଇଥିଲା।

ଡିୟୁଟିରେ ଥିବା ସମୟରେ ଏସ୍‌ଆଇ ଏବଂ କନେଷ୍ଟବଳ ସେମାନଙ୍କ ଟୋପି ନ ପିନ୍ଧି ଜିପ୍‌ସିରେ ଥୋଇ ଦେଇଥିଲେ। ସେମାନେ ପୁଲିସ ମହାନିର୍ଦେଶକଙ୍କ ଗାଡ଼ିକୁ ଚିହ୍ନି ନ ପାରି ବଡ଼ ଖାମଖିଆଲି ଆଚରଣ ଦେଖାଇ ଥିଲେ। ତେଣୁ ଉଚ୍ଛଙ୍ଖଳତା ପାଇଁ ନିଲମ୍ବିତ ହୋଇଛନ୍ତି ବୋଲି ଏସ୍‌ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର