ଖୋଲିଲା ଶାହିନବାଗର ନୋଏଡା-ଫରିଦାବାଦ ରାସ୍ତା, କାର-ବାଇକ ହିଁ ଯାଇପାରିବ

ନୂଆଦିଲ୍ଲୀ: ୭୦ ଦିନ ପରେ ଖୋଲିଲା ଶାହିନବାଗର ଅବରୋଧ ରାସ୍ତା | ନାଗରିକତା ସଂଶୋଧନ ଅଧିନିୟମ ବିରୋଧରେ ଦିଲ୍ଲୀର ଶାହିନବାଗରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀ ନୋଏଡା ଓ ଫରିଦାବାଦକୁ ସଂଯୋଗ କରୁଥିବା ରାସ୍ତାକୁ ଖୋଲିଦେଇଛନ୍ତି | ପ୍ରଦର୍ଶନକାରୀ କେବଳ ଆବୁଲଫଜାଲ ରୋଡକୁ ଖୋଲିଥିବାରୁ ଭାରୀ ଯାନ ଏହା ମଧ୍ୟ ଦେଇ ଯାଇପାରିବ ନାହିଁ | ଏହି ରାସ୍ତା ଦେଇ କେବଳ କାର ଓ ବାଇକ ହିଁ ଯାଇପାରିବ | ବର୍ତ୍ତମାନ ଯାଏଁ ପ୍ରଦର୍ଶନକାରୀ ଶାହିନବାଗ ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଛନ୍ତି |

Photo-Deccan herald

ପ୍ରଦର୍ଶନକାରୀଙ୍କ କହିବା ମୁତାବକ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା ବାର୍ତ୍ତାକାରଙ୍କ ସହ କଥାବାର୍ତ୍ତା ହେବ ପରେ ହିଁ ଆବୁଲଫଜାଲ ରୋଡକୁ ଖୋଲିବାର ନିଷ୍ପତ୍ତି ନିଆଯାଇଛି | ଏଠାରେ ସୂଚନା ଥାଉ କି ଗତକାଲି ନୋଏଡାକୁ ଦିଲ୍ଲୀର କାଳିନ୍ଦୀକୁଞ୍ଜକୁ ସଂଯୋଗ କରୁଥିବା ନୋଏଡା-ଫରିଦାବାଦ ରାସ୍ତାକୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ କିଛି ସମୟ ପାଇଁ ଖୋଲିଥିଲା |

ସେ ରାସ୍ତାରେ ଏକ ବସ୍‌ ଯିବାକୁ ଥିବାରୁ କିଛି ସମୟ ପାଇଁ ବେରିକେଡ୍‌ ହଟାଯାଇଥିଲା ଓ ପରେ ବସ୍‌ଟି ଚାଲିଯିବା ପରେ ପୁଣି ବେରିକେଡ୍‌ ବସାଯାଇଥିଲା । ‘ସିଏଏ’ ବିରୋଧରେ ପ୍ରତିବାଦ ଚାଲିଥିବାରୁ ଦକ୍ଷିଣପୂର୍ବ ଦିଲ୍ଲୀର ଶାହିନବାଗ-କାଳିନ୍ଦୀକୁଞ୍ଜ ରାସ୍ତାକୁ ଦୁଇ ମାସରୁ ଅଧିକ ସମୟ ହେବ ଅବରୋଧ କରାଯାଇଛି। ଦୁଇ କିଲୋମିଟର ଦୀର୍ଘ ଏହି ରାସ୍ତାରେ ବ୍ୟାବସାୟିକ କେନ୍ଦ୍ର ଏବଂ ରେସ୍ତୋଁରା ଆଦି ରହିଛି।

ସମ୍ବନ୍ଧିତ ଖବର