କ୍ୟାବ୍‌ରେ ୧୫ଲକ୍ଷ ଟଙ୍କାର ଗହଣା ଥିବା ବ୍ୟାଗ୍‌ ଭୁଲି ଗଲେ ମହିଳା, ତା’ ପରେ…

ନୋଏଡା : ପୁଲିସର ଉପସ୍ଥିତ ବୁଦ୍ଧି ପାଇଁ ଜଣେ ଦମ୍ପତି ୧୫ଲକ୍ଷ ଟଙ୍କାର ଗହଣା ଫେରି ପାଇଛନ୍ତି । ଦୁହେଁ ମେଟ୍ରୋରେ ବସିବା ପାଇଁ ତର ତର ହୋଇ କ୍ୟାବ୍‌ରୁ ବାହାରି ଆସିଥିଲେ । କିନ୍ତୁ ମେଟ୍ରୋରେ ବସିବା ପରେ ଦୁହେଁ ୧୫ଲକ୍ଷ ଟଙ୍କାର ଗହଣା ବ୍ୟାଗ୍‌ କ୍ୟାବ୍‌ରେ ଛାଡ଼ି ଆସିଥିବା କଥା ମନେ ପଡ଼ିଥିଲା । ଏ ନେଇ କ୍ୟାବ୍‌ ଚାଳକଙ୍କୁ ଫୋନ କରାଯାଇଥିଲେ ମଧ୍ୟ ଚାଳକଜଣଙ୍କ ଫୋନ ଉଠାଇ ନଥିଲେ । ଯାହା ପରେ ପୁଲିସକୁ ସଂପର୍କ କରି ନିଜ ବ୍ୟାଗ୍‌ ଫେରି ପାଇଥିଲେ ଦମ୍ପତି ।

bhaskar.com

ସୂଚନା ମୁତାବକ, ରବିବାର ରାତି ୯ଟା ୩୦ମିନିଟ୍‌ରେ ଅଭିନବ ଏବଂ ରୁମେଲା ସେକ୍ଟର-୭୭ରୁ କ୍ୟାବ୍‌ ଯୋଗେ ସେକ୍ଟର-୫୦ରେ ଥିବା ମେଟ୍ରୋ ଷ୍ଟେସନକୁ ବାହାରିଥିଲେ । ଏହି ସମୟରେ ରୁମେଲାଙ୍କ ହାତରେ ୧୫ଲକ୍ଷ ଟଙ୍କାର ଗହଣା ବ୍ୟାଗ୍‌ ଥିଲା । ସେକ୍ଟର-୫୦ରେ ପହଞ୍ଚିବା ପରେ ରୁମେଲା ଏବଂ ଅଭିନବ ମେଟ୍ରୋ ଟ୍ରେନ ଛାଡ଼ିଦେବ ବୋଲି ଭାବି ତରବର ହୋଇ କ୍ୟାବ୍‌ରୁ ବାହାରି ଯାଇଥିଲେ । ପରେ ବ୍ୟାଗ୍‌ ଛାଡ଼ିଥିବା ଜାଣି ରୁମେଲା କ୍ୟାବ୍‌ ଚାଳକଙ୍କୁ ଫୋନ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ । ଯାହା ପରେ ପୁଲିସକୁ ଫୋନ କରି ପୂରା ଘଟଣା ଜଣାଇଥିଲେ ରୁମେଲା । ସୂଚନା ପାଇ ପୁଲିସ ତୁରନ୍ତ ଉବର ମୁଖ୍ୟାଳୟକୁ ଫୋନ କରି କ୍ୟାବ୍‌ ନମ୍ବର ଦେବା ସହ ତୁରନ୍ତ ଗାଡ଼ିକୁ ରୋକିବାକୁ କହିଥିଲେ । ମୁଖ୍ୟାଳୟରୁ କ୍ୟାବ୍‌ର ଲୋକେସନ ପଠାଯିବା ପରେ ପୁଲିସ କ୍ୟାବ୍‌କୁ ଅଟକାଇ ୧୫ଲକ୍ଷଟଙ୍କାର ଗହଣା ବ୍ୟାଗ୍‌ ଜବତ କରିଥିଲା ।

ସମ୍ବନ୍ଧିତ ଖବର