ନୂଆଦିଲ୍ଲୀ: ନୋଏଡାର ସେକ୍ଟର ୧୨୧ସ୍ଥିତ ଗଢ଼ିଚୌଖଣ୍ଡି ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ଉତ୍ସବ ବିପୁଳ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ଏଥିରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କର ସମାଗମ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ସକାଳ ୫ଟା ବେଳେ ଦିଅଁମାନଙ୍କ ସମ୍ମୁଖରେ ମଙ୍ଗଳ ଆଳତି କରାଯାଇଥିଲା। ଦିନ ୧୧ଟା ବେଳେ ରଥ ସ୍ଥାପନ ଏବଂ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ନୀତି ଅନୁଷ୍ଠିତ ହୋଇଥିଲା। ୧୨.୩୦ ମିନିଟ୍‌ ସମୟରେ ଠାକୁରଙ୍କୁ ଛପନ ଭୋଗ ଅର୍ପଣ କରାଯାଇଥିଲା। ୨.୩୦ମିନିଟ ବେଳେ ଚାରିଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଦୀପକ ସିଂହଲ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଛେରାପହଁରା କରିଥିଲେ।

Advertisment

ବିଶ୍ୱନାଥ ତ୍ରିପାଠୀ, ଉପସଭାପତି ପ୍ରମୋଦ ବଳ ଓ ନିଗମାନନ୍ଦ ମହାନ୍ତି , ସାଧାରଣ ସମ୍ପାଦକ ଡ. ମନୋରଞ୍ଜନ ମହାନ୍ତି ଓ ଯୁଗ୍ମ-ସମ୍ପାଦକ ଧନେଶ୍ୱର ନାୟକ, କାର୍ଯ୍ୟକାରୀ କମିଟିର ସଦସ୍ୟ ସୁବଳ ବେହେରା,ଦିଲ୍ଲୀପ ସ୍ୱାଇଁ, ଦେବୁ ମିଶ୍ର, ଅକ୍ଷୟ ସ୍ୱାଇଁ, ପ୍ରଶାନ୍ତ ଖିଲାର, ଅଭିମନ୍ୟୁ ପରିଡ଼ା, ରମେଶ ନାୟକ, ପ୍ରକାଶ ରାୟ, ଏ.ଆର. ପରିଜା, ଭରତ ପ୍ରଧାନ, କିଶୋର ପରିଡ଼ା ଓ ଡ. ବିମ୍ବାଧର ରଥ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ଡ. ମନୋରଞ୍ଜନ ମହାନ୍ତିଙ୍କର ନେତୃତ୍ବରେ ସ୍ବେଚ୍ଛାସେବୀ ଏବଂ ସଂଗଠକ ମାନଙ୍କଦ୍ୱାରା ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ, ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ର ପାଣି ମହାରାଜ, ଉତ୍ତର ପ୍ରଦେଶର ପ୍ରଭାରୀ କୁମାର ବ୍ରିଜେଶ, ପୋଲିସ କମିସନର ଲକ୍ଷ୍ମୀ ସିଂହ, ଜିଲ୍ଲା ନ୍ୟାୟଧୀଶ ମନୀଷ କୁମାର ବର୍ମା, ଦାଦ୍ରି ବିଧାୟକ ତେଜପାଲ ନାଗର, ରାଜ୍ୟସଭା ସାଂସଦ ସୁରେନ୍ଦ୍ର ନାଗର, ଉତ୍ତରପ୍ରଦେଶ କୃଷି ଅନୁସନ୍ଧାନ ପରିଷଦର ଅଧ୍ୟକ୍ଷ କ୍ୟାପ୍‌ଟେନ୍‌ ବିକାଶ ଗୁପ୍ତା, ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ନବାବ ସିଂହ ନାଗର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।