ନୂଆଦିଲ୍ଲୀ: ହୃଦଘାତରେ ମୃତ୍ୟୁ ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିଏ ବସିଥିବା ବେଳେ, କିଏ ଖାଉଥିବା ବେଳେ, କିଏ ନୃତ୍ୟ କରୁଥିବା ବେଳେ ତ ଆଉ କିଏ ଖେଳୁଥିବା ବେଳେ ହୃଦଘାତର ଶିକାର ହୋଇ ସବୁଦିନ ପାଇଁ ଆଖିବୁଜି ଦେଉଛନ୍ତି।

Advertisment

ଏମିତି ଏକ ଘଟଣା ଗତ ଶନିବାର ନୋଏଡା ଷ୍ଟାଡିୟମରୁ ସାମ୍ନାକୁ ଆସିଛି। ଏଠାରେ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ଜଣେ ୫୨ବର୍ଷୀୟ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଏହି ବ୍ୟକ୍ତି ଜଣେ ବ୍ୟବସାୟୀ ରହିଥିବା ବେଳେ ସେ ଷ୍ଡାଡିୟମକୁ ବ୍ୟାଡମିଣ୍ଟନ ଅଭ୍ୟାସ କରିବାକୁ ପ୍ରତିଦିନ ଆସିଥାଆନ୍ତି। ନାମ ତାଙ୍କର ମହେନ୍ଦ୍ର ଶର୍ମା।

ମହେନ୍ଦ୍ର ଶର୍ମା ପ୍ରତିଦିନ ଭଳି ଗତ ଶନିବାର ବି ଷ୍ଡାଡିୟମକୁ ବ୍ୟାଡମିଣ୍ଟନ ଖେଳିବାକୁ ଆସିଥିଲେ। ଏହି ସମୟରେ ତାଙ୍କୁ ଦୁର୍ବଳ ଲାଗିଥିଲା। ମୁଣ୍ଡ ବୁଲାଇବାରୁ ସେ ତଳେ ବସି ପଡ଼ିଥିଲେ। ଆଉ ଉଠି ପାରି ନଥି‌ଲେ। ସାଥୀ ଖେଳାଳିମାନେ ତାଙ୍କୁ କିଛି ସମୟ ପ୍ରାଥମିକ ଚିକିତ୍ସା ଦେବାପ‌ରେ ହସ୍ପିଟାଲ ନେଇ ଯାଇଥିଲେ। ‌ସେଠାରେ ଡାକ୍ତର ମହେନ୍ଦ୍ରଙ୍କୁ ବଞ୍ଚାଇବାକୁ ପୂରା ଚେଷ୍ଟା କରିଥିଲେ। କିନ୍ତୁ ମହେନ୍ଦ୍ର ଜୀବନ ଯୁଦ୍ଧରେ ହାରି ଯାଇଥିଲେ।

ଏହି ଘଟଣା ପୂର୍ବରୁ ଜୁନ ୭ ତାରିଖରେ ହୃଦଘାତରେ ଜଣେ ହୃଦରୋଗବିଶେଷଜ୍ଞଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ହୃଦ‌‌ରୋଗବିଶେଷଜ୍ଞଙ୍କ ନାମ ଗୌରବ ଗାନ୍ଧି ବୟସ ୪୧ବର୍ଷ। ଗୌରବ ତାଙ୍କ ହୃଦରୋଗ ରୋଗୀଙ୍କ ଚିକିତ୍ସା ସାରିବା ପରେ ଘରକୁ ଫେରି ରାତ୍ରି ଭୋଜନ ସାରି ଶୋଇଥିଲେ। ସକାଳୁ ଆଉ ଉଠି ନଥିଲେ। ପରିବାରଲୋକ ତାଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ଗୌରବଙ୍କୁ ମୃତ ଘୋଷଣା କରିଥିଲେ।