ଇସଲାମାବାଦ: ତୋଷ୍ଖାନା ମାମଲାରେ ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ପାକିସ୍ତାନୀ କୋର୍ଟ ଏକ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। କିନ୍ତୁ ଅନ୍ୟ ୨ଟି ମାମଲାରେ ତାଙ୍କୁ ଜାମିନ ମିଳି ସାରିଛି। ଆଜି କୋର୍ଟ ପରିସର ବାହାରେ ହାଇଡ୍ରାମା ହୋଇଥିଲା। ଇମ୍ରାନ ଖାନ୍ଙ୍କ ହଜାର ହଜାର ସମର୍ଥକ କୋର୍ଟ ବାହାରେ ରୁଣ୍ଡ ହୋଇଥିଲେ। ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ) ମୁଖ୍ୟ ଇମ୍ରାନ ଖାନ୍ ୩ଟି ମାମଲାରେ କୋର୍ଟରେ ହାଜର ହେବାପାଇଁ ଲାହୋରର ଜମନ ପାର୍କ ସ୍ଥିତ ତାଙ୍କ ବାସଭବନରୁ ଇସଲାମାବାଦ ଯାଇଥିଲେ। ଅତିରିକ୍ତ ଜିଲ୍ଲା ବିଚାରପତି ଜାଫର ଇକବଲ ୭୦ ବର୍ଷୀୟ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସହ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ମାମଲାରେ ଶୁଣାଣିକୁ ସ୍ଥଗିତ ରଖିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp