ମୁମ୍ବାଇ: ମସଜିଦଗୁଡ଼ିକରୁ ଲାଉଡ୍ସ୍ପିକର (ମାଇକ) ନ ହଟାଇଲେ ମସଜିଦ ସାମନାରେ ମାଇକ ଲଗାଇ ହନୁମାନ ଚାଳିଶା ପାଠ କରାଯିବ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ଚରମବାଣୀ ଶୁଣାଇ ଦିଆଯାଇଥିବା ବେଳେ ଏହା ଉପରେ ଦଳର ମୁଖ୍ୟ ରାଜ ଠାକରେ ଓ ଦଳର ଅନ୍ୟ ନେତାମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଅନ୍ୟପକ୍ଷରେ ୨୦୦୮ ମସିହାର ଏକ ହିଂସା ମାମଲାରେ ରାଜଙ୍କ ବିରୋଧରେ ଆଜି ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ଅଜାନ ବିବାଦ ମାମଲାରେ ଜାରି ନୋଟିସ୍ରେ କୁହାଯାଇଛି ଯେ ରାଜ ଠାକରେ ଯେଉଁ ଚରମବାଣୀ ଦେଇଛନ୍ତି ତାହା ମହାରାଷ୍ଟ୍ର ସରକାରଙ୍କୁ ଧମକ ଦେବା ପରି। ମହାରାଷ୍ଟ୍ର ଡିଜିପି ରଜନୀଶ ସେଠ୍ କହିଛନ୍ତି, ଔରଙ୍ଗାବାଦ ପୁଲିସ କମିସନର ଯେକୌଣସି ଲୋକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ସେ ରାଜ ଠାକରେଙ୍କ ରୢାଲିର ଭିଡିଓ ଦେଖୁଛନ୍ତି ଏବଂ ଯଦି କିଛି ଭୁଲ୍ ଭଟକା ଦେଖିଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ରାଜ ଠାକ୍ରେଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ୍
/sambad/media/post_attachments/wp-content/uploads/2022/05/f64h65h4hsfh1fhsfh3fhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)