ନୂଆଦିଲ୍ଲୀ: କେନ୍ଦ୍ରରେ ଅଣ-କଂଗ୍ରେସ ଏବଂ ଅଣ-ବିଜେପି ସରକାର ଗଠନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍) ଜୋର୍ଦାର ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ବିଭିନ୍ନ ବିରୋଧୀ ଦଳର ନେତାମାନଙ୍କୁ ଭେଟି ଆଲୋଚନା ଆରମ୍ଭ କରିଛନ୍ତି। ଗତକାଲି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ କେସିଆର୍ ଆଲୋଚନା କରିବା ସହ ‘୧୯୯୬ ଫର୍ମୁଲା’ ଆଧାରରେ ପ୍ରୟାସ ଆଗକୁ ବଢ଼ାଇବାକୁ ସହମତି ପ୍ରକାଶ ପାଇଛି। ଏହି ଫର୍ମୁଲା କାର୍ଯ୍ୟକାରୀ ହେଲେ ଅଣ କଂଗ୍ରେସ ଏବଂ ଅଣ ବିଜେପି ପ୍ରଧାନମନ୍ତ୍ରୀ ଦେଶରେ ସମ୍ଭବ ହେବ ବୋଲି କେସିଆର୍ କହିଛନ୍ତି। ତେବେ ଦକ୍ଷିଣ ଭାରତରୁ ପ୍ରଧାନମନ୍ତ୍ରୀ କରାଯିବାକୁ ଏହି ପ୍ରକ୍ରିୟାରେ ସେ ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ମେ ୨୩ରେ ଲୋକସଭା ନିର୍ବାଚନ ପରିଣାମ ଆସିବା ପରେ ଏ ଦିଗରେ ମିଳିତ ରଣନୀତି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। କେସିଆର୍ ଆଗାମୀ ଦିନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତେବେ ଡିଏମ୍କେ ନେତା ଷ୍ଟାଲିନ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଦୃଢ଼ ସମର୍ଥନ କରୁଥିବାରୁ ସେ କେସିଆର୍ଙ୍କୁ ଭେଟିବେ ନାହିଁ ବୋଲି ଚର୍ଚ୍ଚା ହେଉଛି ।
ଅଣ-କଂଗ୍ରେସ ଓ ଅଣ-ବିଜେପି ପ୍ରଧାନମନ୍ତ୍ରୀ ପାଇଁ କେସିଆର୍ଙ୍କ ଅଭିଯାନ
/sambad/media/post_attachments/wp-content/uploads/2019/05/Untitled-2-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)