ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ ପାଇଁ ଖର୍ଚ୍ଚ ହୋଇଥିବା ୨.୫୪କୋଟି ଟଙ୍କା ପୈଠ କରି ନାହାନ୍ତି ଯୋଗୀ ସରକାର

ଲକ୍ଷ୍ନୌ : ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କୁ ବିଜେପି ନିଜର ସୁବଠାରୁ ଟାଣୁଆ ନେତା ଭାବେ ସମ୍ମାନ ଦେଇ ଆସିବା ସହ ଅନେକ ସମୟରେ ତାଙ୍କର ଗୁରୁତ୍ୱକୁ ନେଇ ଚର୍ଚ୍ଚା କରି ଆସିଛି । କିନ୍ତୁ ନେତା ହିସବାରେ ଅଟଳଜୀଙ୍କୁ ବିଜେପି ଏତେ ସମ୍ମାନ ଦେଇ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ଅସ୍ଥି ବିସର୍ଜନ ପାଇଁ ଖର୍ଚ୍ଚ ହୋଇଥିବା ୨.୫୪କୋଟି ଟଙ୍କାର ବିଲ୍‌ ପୈଠ କରି ନଥିବା ଭଳି ଲଜ୍ଜାଜନକ ଖବର ଏବେ ସାମ୍ନାକୁ ଆସିଛି । ଏଭଳି ଖବର ସାମ୍ନାକୁ ଆସିବା ଉତ୍ତରପ୍ରଦେଶର ସରକାର ପାଇଁ ଏକ ଲଜ୍ଜଜନକ ବିଷୟ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

DailyO

ସୂଚନା ମୁତାବକ, ଗତବର୍ଷ ଅଟଳଜୀଙ୍କ ଚିତାଭସ୍ମକୁ ଗୋମତୀ ନଦୀରେ ବିସର୍ଜନ କରିବା ପାଇଁ ଯୋଗୀ ସରକାରଙ୍କ ତରଫରୁ ନଦୀ କୂଳରେ ଏକ ବଡ଼ ଧରଣର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ନୌ ଡେଭଲପ୍‌ମେଣ୍ଟ ଅଥୋରିଟି ପାଖାପାଖି ୨.୫୪କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଖର୍ଚ୍ଚ ହୋଇଥିବା ରାଶି ପରେ ଦେଇ ଦିଆଯିବ ବୋଲି ଯୋଗୀ ସରକାର ପ୍ରତିଶୃତି ଦେଇଥିବା ବେଳେ ଏ ପର୍ଯ୍ୟନ୍ତ ସେ ନିଜର ପ୍ରତିଶୃତି ପୂରା କରି ପାରି ନାହାନ୍ତି । ଏ ନେଇ ଲକ୍ଷ୍ନୌ ଡେଭଲପ୍‌ମେଣ୍ଟ ଅଥୋରିଟି ରାଜ୍ୟ ସରକାରଙ୍କୁ ଅନେକ ଥର ଚିଠି ଲେଖି ଜଣାଇ ସାରିଥିଲେ ମଧ୍ୟ ଖର୍ଚ୍ଚ ହୋଇଥିବା ଟଙ୍କା ଦିଆଯାଇ ନାହିଁ ।

ସମ୍ବନ୍ଧିତ ଖବର