‘ଉତ୍କଳିକା କାତାର’ ପକ୍ଷରୁ ଦୋହାରେ ମହାଆଡ଼ମ୍ବରରେ ପାଳନ ହେଲା ଦୀପାବଳି

ନୂଆଦିଲ୍ଲୀ: ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର’ ତରଫରୁ କାତାରରେ ରହୁଥିବା ଓଡିଆମାନଙ୍କୁ ନେଇ ଆଲୋକର ପର୍ବ ଦୀପାବଳି ଖୁବ୍ ଧୂମଧାମରେ  ଦୋହାସ୍ଥିତ “ହଲିଡେ ଭିଲ୍ଲା” ହୋଟେଲରେ ଆୟୋଜିତ ହୋଇଯାଇଛି। ଆତ୍ମିୟତା ଓ ଆତିଥେୟତାର ଏହି ପର୍ବରେ ୨୮୦ରୁ ଅଧିକ ପ୍ରବାସୀ ଓଡିଆ ଯୋଗଦେଇ ସଂଗଠନର କଳାକାରମାନଂକ ଦ୍ୱାରା ପ୍ରସ୍ତୁତ ସଂଗୀତ, ନୃତ୍ୟ, ନାଟକ ଓ ଅଭିନୟ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ। ସଂଗଠନର ସଭାପତି ଡା. ବସନ୍ତ କୁମାର କବି ସ୍ୱାଗତ ଭାଷଣରେ ସଂଗଠନର ଇତିହାସ ଓ ସଂଗଠନକୁ ସୁଦୃଢ କରିବାରେ ପୁରାତନ ସଭାପତିମାନଂକର ଅବଦାନ ବିଷୟରେ ଆଲୋକପାତ କରିବା ସାଂଗକୁ ଭବିଷ୍ୟତର ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନଂକୁ ସ୍ୱାଗତ କରାଯିବା ସାଂଗକୁ ସଂଗଠନର ବାର୍ଷିକ କାର୍ଯ୍ୟସାରଣୀ ସଂପର୍କରେ ଅବଗତ କରାଯାଇଥିଲା।

ଏହି ଉତ୍ସବରେ ସାଂସ୍କୃତିକ ସଂପାଦିକା ଇପ୍ସିତା ଶତପଥୀ ଓ ସାଂସ୍କୃତିକ ସହସଂପାଦକ ଓମ୍ ପ୍ରକାଶ ପରିଡା ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ସଂଗଠନର ଉପସଭାପତି ନିହାର ରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦକ ବିଭୂ ଆଚାର୍ଯ୍ୟ ତଥା ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା ଦୀପିକା ନାୟକ,ନିହାରିକା ସ୍ୱାଇଁ, ଜୟଶ୍ରୀ ମହାପାତ୍ର, ପୁନମ୍ ଜାନପ୍ପାରେଡ୍ଡି, ତୃପ୍ତି ପଟ୍ଟନାୟକ, ସାଗର ମହାନ୍ତି, ତୁଷାର ରଂଜନ ମିଶ୍ର, ପ୍ରିୟଦର୍ଶୀ ଦାଶ, ଚିନ୍ମୟ ପାତ୍ର,ଡା. ଶାରଦା ପ୍ରସାଦ ଡାକୁଆ, ସତ୍ୟଜିତ ସାମଲ,ପରମାନନ୍ଦ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

‘ଉତ୍କଳିକା କାତାର’  ଉପଦେଷ୍ଟା ଖାରବେଳ ପାଣିଗ୍ରାହୀ, ଡା. ବିଦ୍ୟାଭୂଷଣ ମହାନ୍ତି, ସରୋଜ କୁମାର ପଣ୍ଡା, ଗୌତମ ମେହେର, ଦେବାଶିଷ ପରିଜା ଏବଂ କାଜଲ୍ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର