ୱାଶିଂଟନ: ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଶୁଣାଯାଉଥିବା ବେଳେ ଏବେ କିନ୍ତୁ ଏହି ମାମଲା ନୂଆ ମୋଡ଼ ନେଇଛି। ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ  ଆମର କୌଣସି କାମ ନାହିଁ। 

Advertisment

ସେ ଆହୁରି ବି କହତିଛନ୍ତି, "ଆମେ ଯାହା କରିପାରିବା; ତାହା ହେଉଛି  ଦୁଇ ଦେଶର ଲୋକମାନଙ୍କୁ ଟିକିଏ ଉତ୍ତେଜନା କମ କରିବାକୁ ଉତ୍ସାହିତ କରିବା। କିନ୍ତୁ ଆମେ ଯୁଦ୍ଧର ମଧ୍ୟଭାଗରେ ସାମିଲ ହେବୁ ନାହିଁ। ଏଥିରେ ଆମର କୌଣସି କାମ ନାହିଁ। ଏହାକୁ ନିୟନ୍ତ୍ରଣ କରିବାକୁ ଆମେରିକାର ତା’ର କ୍ଷମତା ପ୍ରୟୋଗ କରିବ ନାହିଁ।

ଆପଣ ଜାଣନ୍ତି ଯେ ଆମେରିକା ଭାରତୀୟମାନଙ୍କୁ ସେମାନଙ୍କର ଅସ୍ତ୍ର ରଖିବା ପାଇଁ କହିପାରିବ ନାହିଁ କିମ୍ବା ପାକିସ୍ତାନୀମାନଙ୍କୁ ବି ସେମାନଙ୍କର ଅସ୍ତ୍ର ରଖିବା ପାଇଁ କହିପାରିବ ନାହିଁ। ତେଣୁ, ଆମେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ଜିନିଷକୁ ଅନୁସରଣ କରିବା ଜାରି ରଖିବୁ ବୋଲି ଜେଡି ଭାନ୍ସ ଏକ ସାକ୍ଷାତକାରରେ କହିଛନ୍ତି।  "ଆମର ଆଶା ଯେ ଏହା ଏକ ପରମାଣୁ ସଂଘର୍ଷରେ ପରିଣତ ହେବ ନାହିଁ," ବୋଲି ଭାନ୍ସ ଆହୁରି ମଧ୍ୟ କହିଛନ୍ତି।