ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପିର ବିପୁଳ ବିଜୟ ପରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବିଜୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ କଶ୍ମୀରରେ ପୁଣି ଧାରା ୩୭୦ର ପ୍ରାଚୀର ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି । କିନ୍ତୁ ଏହା କେବେବି ସମ୍ଭବ ନୁହେଁ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସର ମିଥ୍ୟା ପ୍ରତିଶ୍ରୁତି କିମ୍ବା ଏହାର ବିପଜ୍ଜନକ ଏଜେଣ୍ଡା କାମ କରିବ ନାହିଁ। ମହାରାଷ୍ଟ୍ରର ଜନାଦେଶ ହେଉଛି ଆଉ ଏକ ବାର୍ତ୍ତା ଯେ ସମଗ୍ର ଦେଶରେ କେବଳ ଗୋଟିଏ ସମ୍ବିଧାନ ବଳବତ୍ତର ରହିବ। ଏହା ହେବ ଭାରତର ସମ୍ବିଧାନ । ଯିଏ ଦୁଇଟି ସମ୍ବିଧାନ କଥା କହୁଛି, ସେ ପରଦା ସାମ୍ନାରେ ହେଉ କି ପରଦା ପଛରେ, ତାକୁ ଦେଶ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିବ। କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ପୁଣି ଥରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ର କାନ୍ଥ ଉପରେ ଭରସା କରିଛନ୍ତି, କିନ୍ତୁ ଏହା କାମ କରିବ ନାହିଁ ବୋଲି ଜନସାଧାରଣ ସ୍ପଷ୍ଟ କରିଛନ୍ତି। ମୁଁ କଂଗ୍ରେସ ଲୋକଙ୍କୁ କହୁଛି ଯେ ଧ୍ୟାନର ସହ ଶୁଣନ୍ତୁ ଯେ ଦୁନିଆର କୌଣସି ଶକ୍ତି ୩୭୦ କୁ ଫେରାଇ ଆଣିପାରିବ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/23/ixhBHb8EUEb31EgbX7VH.jpeg)