ଉତ୍ତର ପୂର୍ବରେ ବନ୍ୟା: ତ୍ରିପୁରା ଓ ଆସାମର ବିଭିନ୍ନ ଅଞ୍ଚଳକୁ ରେଳ ଯୋଗାଯୋଗ ବିଚ୍ଛିନ୍ନ

ଗୌହାଟି: ଆସାମର ଲୁମ୍‌ଡିଙ୍ଗ୍‌-ବଦରପୁର ପାର୍ବତ୍ୟ ଭାଗରେ ଭୂସ୍ଖଳନ ଏବଂ ସୁଡ଼ଙ୍ଗରେ ଘାଇ ହୋଇଯିବା ଯୋଗୁଁ ଉତ୍ତରପୂର୍ବ ସୀମାନ୍ତ ରେଳବାଇ ପ୍ରାୟ ୪ଟି ରେଳ ବାତିଲ୍‌ କରିବା ଫଳରେ ତ୍ରିପୁରା ଏବଂ ଆସାମ ବାରାକ୍‌ ଉପତ୍ୟକାର କିଛି ଅଞ୍ଚଳକୁ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।

ବାଂଲାଦେଶ ସୀମାକୁ ଲାଗିଥିବା ବାରାକ୍‌ ଉପତ୍ୟକାରେ ଗୁରୁବାର ଦିନ ବନ୍ୟା ପରିସ୍ଥିତି ଜଟିଳ ହୋଇ ପଡ଼ିଛି। ସବୁ ନଈବଢ଼ି ଥିବାରୁ ଷ୍ଟେଟ୍‌ ଇନ୍‌ଲାଣ୍ଡ୍‌ ଓ୍ଵାଟର୍‌ ଟ୍ରାନ୍‌ପୋର୍ଟ ଡିପାର୍ଟମେଣ୍ଟ୍‌ ଡଙ୍ଗା ଚଳାଚଳ ବନ୍ଦ ରଖିଛି।

ଆଇଡବ୍ଲୁଟି ନିର୍ଦେଶକ ଭାରତ ଭୂଷଣ ଦେବ ଚୌଧୁରୀ କହନ୍ତି ଯେ ଗୌହାଟି ଡିଭିଜନ୍‌ରେ ଜଳସ୍ତର ବୃଦ୍ଧି ପାଉଛି। ପରିସ୍ଥିତି ଉପରେ ଦୃଷ୍ଟି ରଖାଯାଇଛି। ଏ ଯାବତ୍‌ ଡଙ୍ଗା ଚଳାଚଳ ପ୍ରଭାବିତ ହୋଇ ନ ଥିଲା। କିନ୍ତୁ, ବାରାକ୍‌ ଉପତ୍ୟକାରେ ଏଥି ଯୋଗୁଁ ୩୦ ହଜାର ଯାତ୍ରୀ ପ୍ରଭାବିତ ହୋଇଛନ୍ତି।

ଲୁମଡିନ୍‌- ବଦରପୁର ପାର୍ବତ୍ୟ ଅଞ୍ଚଳରେ ପ୍ରାୟ ପାଞ୍ଚଟି ସ୍ଥାନରେ ଭୂସ୍ଖଳନ ହୋଇଛି।

ସମ୍ବନ୍ଧିତ ଖବର