‘ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟି’ ସମାବର୍ତ୍ତନ ସମାରୋହ

ସିଲଂ : ଆମ ବିଶ୍ବବିଦ୍ୟାଳୟଗୁଡ଼ିକ କଳ୍ପନା (ଆଇଡିଆ), ନବସୃଜନ (ଇନୋଭେସନ) ଏବଂ ଆକାଂକ୍ଷାର ଅପୂର୍ବ ସମାହାର। ମେଘାଳୟର ସିଲଂସ୍ଥିତ ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟିର ୨୭ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଆଜି ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୁଇଦିନିଆ ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଦିନ ମେଘାଳୟ ମୁଖ୍ୟମନ୍ତ୍ରୀ କରନାଡ୍ ସାଙ୍ଗମା ଓ ଶିକ୍ଷା ମନ୍ତ୍ରୀ ଲାକ୍ଷମେନ୍ ରିମ୍ୱିଙ୍କ ସହ ଏହି ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ ଯେ ଆମ ବିଶ୍ବବିଦ୍ୟାଳୟଗୁଡ଼ିକ ସମାଜ ଓ ମାନବ ଜାତିର କଲ୍ୟାଣ ପାଇଁ ଗବେଷଣା କରିବାର ଏକ ଉପଯୁକ୍ତ ସ୍ଥାନ । ଲୋକଙ୍କ ଜୀବନଯାପନକୁ ସୁଗମ କରିବା ଦିଗରେ ଗବେଷଣା କରିବା ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ ପ୍ରୋତ୍ସାହନ ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦେଶରେ ପ୍ରଣୟନ ହୋଇଥିବା ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆମ ସମସ୍ତଙ୍କୁ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବା ଦିଗରେ ପଥ ପ୍ରଦର୍ଶକ ସାଜିବ । ଶିକ୍ଷା ନୀତିରେ ଶିଶୁମାନଙ୍କ ସାମଗ୍ରିକ ବିକାଶ ସହ ଆଂଚଳିକ ଭାଷାରେ ଶିକ୍ଷାଦାନକୁ ଯଥେଷ୍ଟ ମହତ୍ତ୍ବ ଦିଆଯାଇଛି । ଅନୁରୂପ ଭ‌ାବେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିଦାତା ହେବା ପାଇଁ ପ୍ରୋତ୍ସାହନ କରିବା ସହ କହିଛନ୍ତି, ଆମେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଯୁବପିଢ଼ି ନିଜନିଜ ଦାୟିତ୍ବକୁ ଗୁରୁତ୍ବ ଦେବା ଉଚିତ୍‌।

ସମ୍ବନ୍ଧିତ ଖବର