ସିଓଲ: ଦ୍ୱିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ଉତ୍ତେଜନା ହ୍ରାସ କରିବା ଉପରେ ଗୁରୁତ୍ୱ ଦେବେ ଉତ୍ତର ଓ ଦକ୍ଷିଣ କୋରିଆ । ଏହା ସହିତ ସାମରିକ ସ୍ତରରେ ମଧ୍ୟ କଥାବାର୍ତ୍ତା ଆରମ୍ଭ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘ ୧୧ ଘଣ୍ଟାର କଥାବର୍ତ୍ତା ପରେ ଏ ନେଇ ସହମତି ସୃଷ୍ଟି ହୋଇଛି । ଦୁଇ ବର୍ଷ ପରେ ଉଭୟ ପକ୍ଷ ମଧ୍ୟରେ ଏହା ହେଉଛି ପ୍ରଥମ କଥାବାର୍ତ୍ତା । ଉତ୍ତର କୋରିଆ ଦ୍ୱାରା ବାରମ୍ବାର ପରମାଣୁ ଓ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଉତ୍ତେଜନା ବଢିବାରୁ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା । ପୁଣି ଦକ୍ଷିଣ କୋରିଆରେ ଆମେରିକା ଦ୍ୱାରା ଆଣ୍ଟି ବାଲିଷ୍ଟିକ୍ ମିସାଇଲ୍ ବ୍ୟବସ୍ଥା ଥାଡ୍ ମୃତୟନ କରାଯିବା ପରେ ଏହି ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା ।
ଆଜିର ଏହି କଥାବାର୍ତ୍ତା ପରେ ଦକ୍ଷିଣ କୋରିଆରେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଶୀତକାଳୀନ ଅଲିମ୍ପିକ୍ସକୁ ଏକବଡ଼ ଦଳ ପଠାଇବାକୁ ଉତ୍ତର କୋରିଆ ରାଜି ହୋଇଛି ।
ଦୁଇ କୋରିଆ ମଧ୍ୟରେ ଚାଲିଥିବା ଏହି କଥାବାର୍ତ୍ତାକୁ ସାରା ବିଶ୍ୱର ନଜର ରହିଥିଲା । କାରଣ ଜାତିସଂଘ ଓ ବିଶ୍ୱ ଜନମତକୁ ବେଖାତିର କରି ଉତ୍ତର କୋରିଆ ବାରମ୍ବାର ପରମାଣୁ ଓ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା ଧମକ ଦେଇଥିଲା ।