ସିଓଲ୍: ଦୁଇ ଦେଶ ମଧ୍ୟରେ କେବେ ଅସ୍ତ୍ରଶସ୍ତ୍ର ଦେଣନେଣ ହୋଇ ନାହିଁ ବୋଲି କହି ରୁଷ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରାଳୟ ଅସ୍ବୀକାର କରି କହିଥିବା କଥା ଉତ୍ତର କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏଏନ୍’ ଆଜି ରିପୋର୍ଟ କରିଛି।
‘କେସିଏନ୍ଏ’ ପ୍ରକାଶ କରିଥିବା ଉତ୍ତର କୋରିଆର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରଙ୍କ ବିବୃତିରେ ଉଲ୍ଲେଖ ଅଛି, ‘ଡିପିଆର୍କେ’ ରୁଷ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଛି ବୋଲି ଜାପାନୀ ଗଣମାଧ୍ୟମ କରିଥିବା ମିଥ୍ୟା ରିପୋର୍ଟ ଅତ୍ୟନ୍ତ ଅବାନ୍ତର ଓ ଗୁଜବ। ତାହା କୌଣସି ବିବୃତି ଅଥବ ବ୍ୟାଖ୍ୟା ଯୋଗ୍ୟ ନୁହେଁ।
ସୂଚନାଯୋଗ୍ୟ, ପୂର୍ବରୁ ଜାପାନର ‘ଟୋକିଓ ଶିମ୍ବୁନ୍’ ରିପୋର୍ଟ କରିଥିଲା ଯେ, ତୋପ ବୋମା ସମେତ ଉତ୍ତର କୋରିଆ ଗତମାସରେ ଟ୍ରେନ୍ ଯୋଗେ ସୀମାନ୍ତ ପଥ ଦେଇ ରୁଷ୍କୁ ମାରାତ୍ମକ ଅସ୍ତ୍ର ପଠାଇଛି। ଆହୁରି କିଛି ଅସ୍ତ୍ରଶସ୍ତ୍ର ଆଗାମୀ ସପ୍ତାହରେ ପଠାଇବ।
Image Courtesy of The Indian Expressଗରୁବାର ଦିନ ହ୍ବାଇଟ୍ ହାଉସ୍ ମଧ୍ୟ କହିଥିଲା ଯେ, ୟୁକ୍ରେନ୍ରେ ଥିବା ରୁଷୀୟ ସେନାଙ୍କୁ ସାହାଯ୍ୟ କରିବା ଲାଗି ଘରୋଇ ରୁଷୀୟ ସେନା କମ୍ପାନି ‘ଦି ୱାଗ୍ନର୍ ଗ୍ରୁପ୍’କୁ ଉତ୍ତର କୋରିଆ ପ୍ରଥମ କରି ଅସ୍ତ୍ରଶସ୍ତ୍ର ପଠାଇଛି।
କିନ୍ତୁ, ଉତ୍ତର କୋରିଆର ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ‘ୱାଗ୍ନର୍’ର ନାଁ ଉଲ୍ଲେଖ କରିନାହିଁ। ହ୍ବାଇଟ୍ ହାଉସ୍ କହିବା ଅନୁସାରେ, ‘ୱାଗ୍ନର୍’ ଉତ୍ତର କୋରିଆ ପାଖରୁ ‘ଇନ୍ଫେଣ୍ଟ୍ରି ରକେଟ୍’ ଏବଂ ‘ମିସାଇଲ୍’ ଗ୍ରହଣ କରିଛି। କିନ୍ତୁ, ‘ୱାଗ୍ନର୍’ ମାଲିକ ୟେଭ୍ଗେନି ପ୍ରିଗୋଝିନ୍ ଏହାକୁ ଅସ୍ବୀକାର କରିବା ସହ ଏହି ଖବରକୁ କପୋଳକଳ୍ପିତ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/kp.jpg)