ଉତ୍ତର କୋରିଆର କୂଟନୀତି ବିଫଳ ହୋଇଛି, କେବଳ ଗୋଟିଏ ଜିନିଷ କାମ ଦେବ: ଟ୍ରମ୍ପ୍
ଓ୍ଵାସିଂଟନ୍: ଶନିବାର ଦିନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି ଯେ ପିୟୋଙ୍ଗିଆଙ୍ଗ୍ ସହ ବିଗତ ପ୍ରଶାସନର ସମସ୍ତ ଆଲୋଚନା ନିଷ୍ଫଳ ହୋଇ ଥିବାରୁ କେବଳ ଗୋଟିଏ ଜିନିଷ କାମ ଦେବ।
Sambad is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ ରାଷ୍ଟ୍ରପତି ଏବଂ ସେମାନଙ୍କର ପ୍ରଶାସନ ୨୫ ବର୍ଷ ହେବ ଉତ୍ତର କୋରିଆ ସହ କଥାବାର୍ତ୍ତା କରି ଆସୁଛନ୍ତି, ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ବିପୁଳ ଅର୍ଥ ପ୍ରଦାନ କରାଯାଇଛି। କିଛି ସଫଳ ହୋଇ ନାହିଁ, ଆମେରିକୀୟ ବୁଝାମଣାକରୀଙ୍କୁ ବୋକା ବନାଇ କାଳି ଶୁଖିବା ପୂର୍ବରୁ ଚୁକ୍ତି ସବୁ ଉଲ୍ଲଂଘନ କରାଯାଇଛି, ଦୁଃଖର ବିଷୟ, କିନ୍ତୁ କେବଳ ଗୋଟିଏ ଜିନିଷ କାମ ଦେବ! ବୋଲି ଟ୍ରମ୍ପ୍ ଟୁଇଟ୍ ଜରିଆରେ କହିଛନ୍ତି।
କେଉଁ ଜିନିଷକୁ ସେ ଉଦ୍ଦେଶ୍ୟ କରି ଏ କଥା କହୁଛନ୍ତି ତାହା ଟ୍ରମ୍ପ୍ ସ୍ପଷ୍ଟ କରି ନ ଥିଲେ। କିନ୍ତୁ, ତାଙ୍କ ମନ୍ତବ୍ୟରୁ ଯାହା ବୁଝି ହେଉଛି ସେ ବୋଧେ ସାମରିକ କାର୍ଯ୍ୟକଳାପ କଥା ଚିନ୍ତା କରିଛନ୍ତି।
ପୂର୍ବରୁ ରାଷ୍ଟ୍ରପତି କହିଛନ୍ତି ଯେ ପିୟୋଙ୍ଗିଆଙ୍ଗ୍ର ଆଣବିକ ଧମକାଣରୁ ନିଜକୁ ଏବଂ ତା’ର ବନ୍ଧୁ ଦେଶଗୁଡ଼ିକୁ ସୁରକ୍ଷିତ ରଖିବା ନିମନ୍ତେ ଯଦି ଆବଶ୍ୟକ ପଡ଼େ ସଂଯୁକ୍ତ ରାଷ୍ଟ୍ର ଉତ୍ତର କୋରିଆକୁ ସମୂଳେ ଧ୍ୱଂସ କରିଦେବ।
ଗତ ସପ୍ତାହର ଆଦ୍ୟରେ ଶୀର୍ଷସ୍ତରୀୟ ଆମେରିକୀୟ ସାମରିକ ନେତା ଏବଂ ସେମାନଙ୍କର ପତି/ପତ୍ନୀଙ୍କ ସହ ଏକ ବୈଠକରେ ଯୋଗ ଦେଇ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଏହା ଝଡ଼ ପୂର୍ବର ନିରବତା ବୋଲି କହିଥିଲେ। କ’ଣ କହିଲେ ବୋଲି ତା’ର ସ୍ପଷ୍ଟିକରଣ ପଚାରନ୍ତେ ଟ୍ରମ୍ପ୍ କହିଥିଲେ: ଆପଣମାନେ ଜାଣି ଦେଖି ପାରିବେ।
ଉତ୍ତର କାରୋଲିନା ଗସ୍ତ ପୂର୍ବରୁ ଶନିବାର ଦିନ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଥିଲେ କି ତାଙ୍କର ଆଉ ସ୍ପଷ୍ଟିକରଣ ଦେବାକୁ ଅଧିକ କିଛି ନାହିଁ।
ଟ୍ରମ୍ପ୍ ଝଡ଼ ପୂର୍ବର ନିରବତା କହିବା ପରଦିନ ହ୍ଵାଇଟ୍ ହାଉସ୍ ମୁଖପାତ୍ରୀ ସାରା ସାଣ୍ଡାର୍ସଙ୍କୁ ପଚାରନ୍ତେ ସେ ଇରାନ୍ ଏବଂ ଉତ୍ତର କୋରିଆକୁ ଦର୍ଶାଇ ଥିଲେ।
ଶନିବାର ଦିନ ଟ୍ରମ୍ପ୍ଙ୍କ ଟୁଇଟ୍ ସଂକ୍ରାନ୍ତରେ ପଚାରନ୍ତେ ସାଣ୍ଡର୍ସ କହିଲେ, ରାଷ୍ଟ୍ରପତିଙ୍କ ମନ୍ତବ୍ୟରେ ତାଙ୍କର କିଛି କହିବାକୁ ନାହିଁ।
ହ୍ଵାଇଟ୍ ହାଉସ୍କୁ ଏକ ପ୍ରଶ୍ନର ସ୍ପଷ୍ଟିକରଣ ନିମନ୍ତେ ଉଦ୍ଦେଶ୍ୟ କରି ପେଣ୍ଟାଗନ୍ କହିଲା ଯେ ରାଷ୍ଟ୍ରପତିଙ୍କ ସାମରିକ ବିକଳ୍ପ ଉପସ୍ଥାପନ କରିବା ଏବଂ ଆଦେଶ ପାଳନ କରିବା ପ୍ରତିରକ୍ଷା ବିଭାଗର କାର୍ଯ୍ୟ।
ଉତ୍ତର କୋରିଆ ସହ ଆଲୋଚନା ପାଇଁ ଟ୍ରମ୍ପ୍ ଥରକୁ ଥର ନିଜର ଅନିଚ୍ଛା ଭାବ ସ୍ପଷ୍ଟ କରି ଦେଇଛନ୍ତି। ସେକ୍ରେଟାରି ଅଫ୍ ଷ୍ଟେଟ୍ ରେକ୍ସ ଟିଲର୍ସନ୍ ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍ ଉନ୍ଙ୍କ ସରକାର ସହ ଆଲୋଚନା କରିବାକୁ ପଥ ପରିଷ୍କାର କରିବା କଥା କହିବା ଦିନକ ପରେ ରବିବାର ଦିନ ଟ୍ରମ୍ପ୍ ଆଲୋଚନାକୁ ସମୟ ନଷ୍ଟ କହି ଟାଳି ଦେଇଛନ୍ତି।
ଶନିବାର ଦିନ ଟ୍ରମ୍ପ୍ କହିଛନ୍ତି ଯେ, କେତେକ ମତାନ୍ତର ଥିଲେ ମଧ୍ୟ ସେକ୍ରେଟାରି ଅଫ୍ ଷ୍ଟେଟ୍ଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ଅଛି।
ଗତ କିଛି ମାସ ହେବ ଉତ୍ତର କୋରିଆର ଆଣବିକ ଅସ୍ତ୍ର ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ବିଶେଷକରି ଉଦ୍ଜାନ ବୋମା ପରୀକ୍ଷା ସମଗ୍ର ବିଶ୍ୱରେ ଉତ୍ତେଜନା ସୃଷ୍ଟି କରାଇବାର କାରଣ ହୋଇଛି।