ନୂଆଦିଲ୍ଲୀ: ଏହି ସପ୍ତାହର ଆରମ୍ଭରେ ପାକିସ୍ତାନର ପୁଲିସ ଇସ୍ଲାମାବାଦରରେ ଥିବା ଉତ୍ତର କୋରିଆର ଦୂତବାସରେ ପ୍ରବଳମାତ୍ରାରେ ମଦ ଥିବାର ସୂଚନା ମିଳିବା ପରେ ଚଢଉ କରିଥିଲା। ଏହି ଘଟଣାକୁ ନେଇ ଉତ୍ତର କୋରିଆ ତରଫରୁ କଡା ଆପତ୍ତି କରାଯାଇଛି। ଉତ୍ତର କୋରିଆର ଦୂତବାସ ତରଫରୁ କୁହାଯାଇଛି ଯେ ଏହି ଘଟଣା ‘ଭିଏନା ସନ୍ଧି’ର ଘୋର ଉଲ୍ଲଙ୍ଘନ। ଚଢଉ ସମୟରେ ଉ. କୋରିଆ ଦୂତବାସକୁ କ୍ଷତି ପହଞ୍ଚିଥିବାର ଖବର ମଧ୍ୟ ସାମନାକୁ ଆସିଛି।
ପାକିସ୍ତାନର ଏକ ଜାତୀୟ ଖବର କାଗଜରେ ପ୍ରକାଶିତ ଖବର ଅନୁସାରେ, ଉତ୍ତର କୋରିଆର ଦୂତବାସ ଇସ୍ଲାମାବାଦର ପୁଲିସ ମହାନିରୀକ୍ଷକଙ୍କୁ(ଆଇଜିପି) ଏକ ଚିଠି ଲେଖିଛନ୍ତି। ଚିଠିରେ ଲେଖା ଯାଇଛି ଇସ୍ଲାମାବାଦର ଏକ ପୁଲିସ ଷ୍ଟେସନରୁ କିଛି ପୁଲିସ ଅଧିକାରୀ ୭ ମାର୍ଚ୍ଚରେ ବେଆଇନ ଭାବେ ଦୂତବାସରେ ପ୍ରବେଶ କରିଥିଲେ। ଦୂତବାସର ସଦସ୍ୟ ପୁଲିସଙ୍କୁ ମନେପକାଇ ଦେଇଥିଲେ ଯେ ଏହା ଉତ୍ତର କୋରିଆ ଦୂତବାସର ଅଞ୍ଚଳ, ତେଣୁ ଚଢାଉକୁ ରୋକାଯାଉ। କିନ୍ତୁ ପୁଲିସ ଉ.କୋରିଆ ସଦସ୍ୟଙ୍କ କଥାକୁ ମାନି ନଥିଲେ। ପୁଲିସ କିଛି ଜିନିଷକୁ ଜବତ କରିବାର ବାହାନାରେ ଷ୍ଟୋରରୁମରେ ଛାନବିନ୍ କରିଥିଲା ଓ ଦୂତବାସର କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଡରାଇ ଥିଲା। ପୁଲିସ କବାଟକୁ ଭାଙ୍ଗି ଦେଇଥିଲା ଓ ଏକ କ୍ୟାମେରାକୁ ଭାଙ୍ଗିଥିଲା। ଉ.କୋରିଆ ଦୂତବାସ ଏହି ଘଟଣାକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ଚିଠିରେ ଏହା ବି ଲେଖା ହୋଇଛି, ଏହି ଘଟଣାର ତଦନ୍ତ କରାଯାଉ ଓ ଏପରି ଘଟଣାର ପୁନର୍ବାର ଯେପରି ନ ହେବ ସେଥିପାଇଁ ସେଥିପାଇଁ ଉତ୍ତର କୋରିଆର ଦୂତବାସ ତରଫରୁ ଦାବି କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/north-korea.jpg)