ସମୁଦ୍ର ମଧ୍ୟକୁ ଦୁଇଟି ସର୍ଟ-ରେଞ୍ଜ୍‌ ମିସାଇଲ୍‌ ନିକ୍ଷେପ କରିଛି ଉତ୍ତର କୋରିଆ

ସିଓଲ୍‌: ଗୁରୁବାର ପ୍ରତ୍ୟୁଷରେ ଉତ୍ତର କୋରିଆ ତା’ର ପୂର୍ବ ଉପକୂଳରୁ ଦୁଇଟି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି।

ସିଓଲ୍‌ର ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କହିବା ଅନୁସାରେ, ଭୋର୍‌ ୫: ୩୪ ଏବଂ ୫: ୫୭ ମିନିଟ୍‌ରେ ଉତ୍ତର କୋରିଆ ଗୋଟାଏ ଗୋଟାଏ କରି ଦୁଇଟି ଅନାମିତ ପ୍ରୋଜେକ୍ଟାଇଲ୍‌ ନିକ୍ଷେପ କରିଛି।

ଓ୍ଵନ୍‌ସାନ୍‌ ନିକଟରୁ ଊତ୍‌କ୍ଷେପଣ କରାଯାଇଥିବା ସେ କ୍ଷେପଣାସ୍ତ୍ରଗୁଡ଼ିକ ପ୍ରାୟ ୪୩୦ କିଲୋମିଟର୍‌ ଗତି କରି ପୂର୍ବ ସମୁଦ୍ରରେ ପଡ଼ିବା ପୂର୍ବରୁ ୫୦ କିଲୋମିଟର୍‌ ଊର୍ଦ୍ଧ୍ୱକୁ ଉଠିଥିବା କଥା ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

Image Source: Hindustan Times

ଜାପାନର ‘କ୍ୟୋଡୋ ନିଉଜ୍‌’ ରିପୋର୍ଟ ଅନୁସାରେ, ସେ ମିସାଇଲ୍‌ଗୁଡ଼ିକ ଜାପାନର ଏକ୍‌ସ୍କ୍ଲୁସିଭ୍‌ ଉକୋନମିକ୍‌ ଜୋନ୍‌ରେ ପହଞ୍ଚି ନାହିଁ କି, ଜାପାନର ଜାତୀୟ ନିରାପତ୍ତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ଜୁନ୍‌ ମାସ ଶେଷରେ ଡିମିଲିଟାରାଇଜ୍‌ଡ୍‌ ଜୋନ୍‌ରେ ଟ୍ରମ୍ପ୍‌ ଏବଂ କିମ୍‌ଙ୍କ ଭେଟ ପରେ ପୁଣି ଥରେ ପାରଣମାଣବିକ ନିରସ୍ତ୍ରୀକରଣ ସଂକ୍ରାନ୍ତ ଆଲୋଚନା ପାଇଁ ହେବାକୁ ଥିବା ଉଦ୍ୟମ ବିଷୟରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ନୂତନ ସନ୍ଦେହ ଜାତ କରାଇବ।

ଏ ସଂକ୍ରାନ୍ତରେ ହ୍ଵାଇଟ୍‌ହାଉସ୍‌, ପେଣ୍ଟାଗନ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ହଠାତ୍‌ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି: ଉତ୍ତର କୋରିଆରୁ ସର୍ଟ-ରେଞ୍ଜ୍‌ ପ୍ରୋଜେକ୍ଟାଇଲ୍‌ କ୍ଷେପଣ କରାଯାଇଥିବା ଖବର ସଂକ୍ରାନ୍ତରେ ଆମେ ଅବଗତ ଅଛୁ। ଆଉ ଅଧିକ କିଛି କହିବୁ ନାହିଁ।

ସମ୍ବନ୍ଧିତ ଖବର