ଉତ୍ତେଜନା ବଢ଼ାଉଛି ଉତ୍ତ‌ର କୋରିଆ, ଦକ୍ଷିଣ କୋରିଆ ସୀମାରେ ୧୮୦ ଯୁଦ୍ଧ ବିମାନ ଉଡ଼ାଇଲା

ସିଓଲ : ଉତ୍ତର କୋରିଆ ଶୁକ୍ରବାର ଦିନ ଦକ୍ଷିଣ କୋରିଆର ସାମରିକ ସୀମାର ଉତ୍ତରରେ ପ୍ର‌ାୟ ୧୮୦ଟି ଯୁଦ୍ଧ ବିମାନ ଉଡ଼ାଇଛି। ୪ ଘଣ୍ଟ‌ାରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଉତ୍ତର କୋରିଆର ଯୁଦ୍ଧ ବିମାନକୁ ସୀମା ନିକଟରେ ଚିହ୍ନଟ କରିବାପରେ ଦକ୍ଷିଣ କୋରିଆ ମଧ୍ୟ ଏହାର ଯୁଦ୍ଧ ବିମାନ ଉଡ଼ାଇଥିବା ଜଣାପଡ଼ିଛି। ହାଇ ଆଲର୍ଟରେ ଥିବା ଦକ୍ଷିଣ କୋରିଆ ବାୟୁସେନା ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିଛି।

ଏମ୍‌ଡିଏଲ (ମିଲିଟାରି ଡିମାର୍କେସନ୍‌ ଲାଇନ୍‌)ଠାରୁ ୨୦ କିମି ଉତ୍ତରରେ ଉତ୍ତର କୋରିଆ ଯୁଦ୍ଧ ବିମାନ ଉଡ଼ାଇବାରୁ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି। ଏହାର ଜବାବ ଦେଇ ଦକ୍ଷିଣ କୋରିଆ ଏଫ୍‌-୩୫ଏ ସମେତ ୮୦ ଟି ଯୁଦ୍ଧବିମାନ ପ୍ରସ୍ତୁତ ରଖିଛି। ପ୍ରାୟ ୨୪୦ଟି ଯୁଦ୍ଧ ବିମାନ ଆମେରିକା ସହ ସମରାଭ୍ୟାସରେ ସାମିଲ ଅଛନ୍ତି। ଗତମାସରେ ମଧ୍ୟ ଉତ୍ତର କୋରିଆ ଏମ୍‌ଡିଏଲ୍‌ ନିକଟରେ ପ୍ରାୟ ୧୦ଟି ଯୁଦ୍ଧ ବିମାନ ଉଡ଼ାଇଥିଲା। ଉତ୍ତର କୋରିଆ ବୁଧବାର ରାତିରେ ସମୁଦ୍ର ମଧ୍ୟରେ ଏକାଧିକ ମିସାଇଲ ମାଡ଼ କରିବାପରେ ଆଜି ଯୁଦ୍ଧ ବିମାନ ଉଡ଼ାଇଛି।

ସମ୍ବନ୍ଧିତ ଖବର