ଏକାଧିକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି ଉତ୍ତର କୋରିଆ: ସିଓଲ୍‌

ସିଓଲ୍‌: ଆଜି ପୂର୍ବ ଉପକୂଳ ଅନ୍ତର୍ଗତ ଜଳରାଶି ମଧ୍ୟକୁ ଉତ୍ତର କୋରିଆ ଏକାଧିକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ଦୀର୍ଘ ୪ ବର୍ଷ ପରେ ସିଓଲ୍‌ ଓ ୱାସିଂଟନ୍‌ ମିଳିତ ସମରାଭ୍ୟାସ କରିବାର ଦିନକ ପରେ ଉତ୍ତର କୋରିଆ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଇଛି। ଉକ୍ତ ମିଳିତ ସମରାଭ୍ୟାସରେ ପ୍ରଥମ  କରିଯୁକ୍ତରାଷ୍ଟ୍ର ଆମେରିକାର ବିମାନବାହୀ ଯୁଦ୍ଧପୋତ ସାମିଲ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, କଠୋର ଆଥିର୍କ କଟକଣାର ସମ୍ମୁଖୀନ ହୋଇ ମଧ୍ୟ ଚଳିତ ବର୍ଷ ପିୟୋଙ୍ଗ୍ୟାଙ୍ଗ୍ ତା’ର ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ସୁଦୃଢ଼ ଏବଂ ଉନ୍ନତ କରି ଚାଲିଛି।

Image Courtesy of The New York Times

ସିଓଲ୍‌ର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ ଜାପାନ ସମୁଦ୍ରକୁ ଉଦ୍ଦେଶ୍ୟ କରି କହିଛନ୍ତି, ଉତ୍ତର କୋରିଆର ପିୟୋଙ୍ଗ୍ୟାଙ୍ଗ୍‌ସ୍ଥିତ ସୁନାନ ଅଞ୍ଚଳରୁ ପୂର୍ବ ସାଗର ମଧ୍ୟକୁ ୮ଟି ସ୍ବଳ୍ପଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ଆମ ସେନା ଚିହ୍ନଟ କରିଛି। ଆଜି ସକାଳେ ୩୦ ମିନିଟ୍‌ରୁ ଅଧିକ ସମୟ ଧରି ଏହି କ୍ଷେପଣାସ୍ତ୍ର ସବୁ ନିକ୍ଷେପ କରାଯାଇଥିଲା।

ଟୋକିଓ କହିଛି, ବିଭିନ୍ନ ସ୍ଥାନରୁ ଉତ୍ତର କୋରିଆ ଏହି ସବୁ ‌କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଚଳିତ ବର୍ଷ ପିୟୋଙ୍ଗ୍ୟାଙ୍ଗ୍‌ ଅଭୂତପୂର୍ବ ବେଗବାନ୍‌ କ୍ଷେପଣାସ୍ତ୍ର ସବୁ ପରୀକ୍ଷା କରିଛି।

ଉତ୍ତର କୋରିଆ ଅନ୍ୟୂନ ୬ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି ବୋଲି ଜାପାନୀ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି। ସେ କହିଛନ୍ତି, ଏଥର ଖୁବ୍‌ ସ୍ବଳ୍ପ ସମୟ ଭିତରେ ଅନ୍ୟୂନ ୩ଟି ସ୍ଥାନରୁ ବହୁ ସଂଖ୍ୟକ ଉତ୍‌କ୍ଷେପଣ ହୋଇଛି ବୋଲି ଆମେ କହିପାରିବା। ଏହା ଅତ୍ୟନ୍ତ ଆପତ୍ତିଜନକ।

ସମ୍ବନ୍ଧିତ ଖବର